
ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର ।ସିଂହଦ୍ୱାରରେ ତିନି ଠାକୁର, ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା ୩୦ରୁ ଆରମ୍ଭ ଆଜି ନୀତି ଆରମ୍ଭ ହୋଇ ୮ଟା ୩୦ରେ ଶେଷ ହେବ। ପରେ ମଧ୍ୟ ରାତ୍ର ୨ଟାରେ ଶ୍ରୀଜିଉଙ୍କ ରାତ୍ର ପହୁଡ଼ କରାଯିବ। ତେବେ ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି । ରଥଯାତ୍ରାରେ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା ।
ତିନି ଠାକୁରଙ୍କ ସାମ୍ନାରେ ୩ଟି ଲେଖାଏ ହାଣ୍ଡି ପଣା ଭୋଗ ହେବ । ପଣା ଭୋଗ ପରେ ଏହି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବାର ପରଂପରା ରହିଛି।