ଆସନ୍ତା ୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ।

୯ ଜୁଲାଇ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ ମିଳିତ ମଞ୍ଚର ଜାତୀୟ କନଭେନଶନରେ ଏହି ଘୋଷଣା କରାଯାଇଛି ।

ଆଉଟସୋର୍ସିଂ ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା, କେନ୍ଦ୍ର ସରକାରଙ୍କ କଳା ୪ ଶ୍ରମକୋଡର ବାତିଲ, ସମସ୍ତଙ୍କୁ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଦେବା, ସମାନ କାମକୁ ସମାନ ଦରମା, ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଖାଲିଥିବା ପଦବୀ ପୂରଣ, ସର୍ବନିମ୍ନ ମାସିକ ମଜୁରି ୨୬ ହଜାର ଟଙ୍କା ଦେବା, ପୁରୁଣା ପେନସନ ସ୍କିମର ପୁନଃ ପ୍ରଚଳନ ଆଦି ୧୭ ଦଫା ଦାବି କରାଯାଇଛି।

ଏଥିସହ ବ୍ୟାଙ୍କର ସାଧାରଣ ଗ୍ରାହକଙ୍କ ଉପରୁ ସେବାକର ପ୍ରତ୍ୟାହାର, କର୍ପୋରେଟ୍‌ଙ୍କ ଖିଲାପୀ ଋଣର ଅସୁଲ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ବୀମା ପଲିସି ଉପରୁ ଜିଏସଟି ପ୍ରତ୍ୟାହାର ଆଦି ଦାବିରେ ଏହି ଧର୍ମଘଟ ଆହ୍ବାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *