ପୁଣି ଡରାଇଲାଣି କରୋନା, ମୃତ୍ୟୁ ସଂଖ୍ୟା 7, ତଥାପି ଚିନ୍ତା ନାହିଁ

ପୁଣି ଘନେଇ ଆସୁଛି କରୋନା ବିପଦ । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ଭିତରେ ପାଖାପାଖି ୨୦୦୦ ବୃଦ୍ଧି ପାଇଲାଣି ସଂକ୍ରମଣ ସଂଖ୍ୟା । ବୁଧବାର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪,୩୦୨ ଥିଲା ବେଳେ, ଆଜି ଅର୍ଥାତ୍ ଗୁରୁବାର ୪୮୬୬କୁ ବୃଦ୍ଧି ପାଇଛି । ଖୁବଶୀଘ୍ର ଏହା ୫ ହଜାର ଛୁଇଁବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ, ଆଶ୍ୱସ୍ତିର କଥା ହେଉଛି ଯେ ଏହି ରୋଗରୁ ଅନେକ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୯୫୫କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୫ଟି କରୋନା ମାମଲା ପଞ୍ଜିକୃତ ହୋଇଛି, ମୋଟ ସକ୍ରିୟ ମାମଲା ସଂଖ୍ୟା ୫୬୨କୁ ବୃଦ୍ଧି ପାଇଛି। ସେହି ସମୟରେ, ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ଦିଲ୍ଲୀରେ ୨ ଜଣଙ୍କ, କର୍ଣ୍ଣାଟକରେ ୨ ଜଣଙ୍କ ଏବଂ ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *