ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଯାତ୍ରା କରିବେ ଶୁଭ୍ରାଂଶୁ

ପ୍ରଥମ ଭାରତୀୟ ଭାବେ ISC କୁ ଯିବେ ଶୁଭ୍ରାଂଶୁ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ଜୁନ 10 ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଲା । ରାକେଶ ଶର୍ମା ଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ କୁ ଯାତ୍ରା କରୁଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିବେ ll ଜୁନ ଭାରତୀୟ ସମୟ ଅପରାହ୍ଣ 5.45 ରେ ଆମେରିକାର ଆକ୍ସିୟମ-4 ଯାନରେ ଅନ୍ୟ 3 ସାଥୀଙ୍କ ସହ ଯାତ୍ରା କରିବେ । ଆମେରିକା ଏହି ଅଭିଯାନ କରୁଥିବା ବେଳେ 4 ଜଣଙ୍କ ମଧ୍ୟରେ ଶୁଭ୍ରାଂଶୁ ପ୍ରଥମ ତଥା ଏକମାତ୍ର ଭାରତୀୟ ।
ଶୁଭ୍ରାଂଶୁ ଜଣେ ପାଇଲଟ ଅଛନ୍ତି । ପୃଥିବୀଠାରୁ ଚାରି ଶହ କିଲୋମିଟର ଉଚ୍ଚରେ ମହାକାଶରେ ସେ 14 ଦିନ ରହି ବିଭିନ୍ନ ଗବେଷଣା କରିବେ । ତାଙ୍କର ଅନୁଭୂତି ଭାରତ ତିଆରି କରୁଥିବା ଗଗନୟାନ ପାଇଁ ଆବଶ୍ୟକ ହେବ ନିଶ୍ଚିତ ।  ମହାକାଶରେ ପ୍ରମୁଖ 8 ଟି ବିଷୟବସ୍ତୁ ଉପରେ ସେ ଗବେଷଣା କରିବେ ।

ଆଗାମୀ ସମୟରେ ଭାରତ ନିଜସ୍ଵ ଜ୍ଞାନ କୌଶଳରେ ଗଗନୟାନ ପ୍ରସ୍ତୁତ କରି ନିଜର ମହାକାଶଚାରୀ ଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ । ତେଣୁ ଶୁଭ୍ରାଂଶୁ ଶୁକ୍ଲାଙ୍କ ଅଭିଯାନ ଭାରତ ପାଇଁ ଲାଭ ଦାୟକ ହେବ ନିଶ୍ଚୟ ।

Leave a Reply

Your email address will not be published. Required fields are marked *