୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭେନ୍ୟୁ ଘୋଷଣା

ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର ଓ ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ୪୪ ମ୍ୟାଚ ଏବଂ ବାକି ୧୦ଟି ମ୍ୟାଚ ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓଭରାଲ ୮ଟି ଷ୍ଟାଡିୟମ ଏହି ମେଗା ଇଭେଂଟ ପାଇଁ ଚୟନ କରିଛି ।ଜୋହାନ୍ସବର୍ଗର ୱାଣ୍ଡର୍ସ, କେପଟାଉନର ନ୍ୟୁଲାଣ୍ଡସ, ଡର୍ବାନର କିଙ୍ଗସମିଡ, ପ୍ରିଟୋରିୟାର ସେଂଚୁରିଆନ ପାର୍କ, ବ୍ଲୋମଫେଂଟନର ମ୍ୟାଙ୍ଗଗ ଓଭାଲ, ଗକେବେରହାର ସେଂଟ ଜର୍ଜ ପାର୍କ, ଇଷ୍ଟ ଲଣ୍ଡନର ବଫୋଲୋ ପାର୍କ ଓ ପର୍ଲର ବୋଲାଣ୍ଡ ପାର୍କ ରହିଛି । ୨୦୨୭ ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ୨୦୦୩ ବିଶ୍ୱକପ ପରି ଏହାର ଫର୍ମାଟ ହେବ । ୨ଟି ଗ୍ରୁପରେ ୭ଟି ଲେଖାଏଁ ଟିମ ରହିବେ । ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟା ସହ ବିଶ୍ୱକପ ଆୟୋଜନ କରିଥିଲା । ଅଷ୍ଟ୍ରେଲିଆ ଟିମ ଟାଇଟଲ ହାସଲ କରିଥିଲା ।ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର ଓ ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ୪୪ ମ୍ୟାଚ ଏବଂ ବାକି ୧୦ଟି ମ୍ୟାଚ ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓଭରାଲ ୮ଟି ଷ୍ଟାଡିୟମ ଏହି ମେଗା ଇଭେଂଟ ପାଇଁ ଚୟନ କରିଛି ।

ଜୋହାନ୍ସବର୍ଗର ୱାଣ୍ଡର୍ସ, କେପଟାଉନର ନ୍ୟୁଲାଣ୍ଡସ, ଡର୍ବାନର କିଙ୍ଗସମିଡ, ପ୍ରିଟୋରିୟାର ସେଂଚୁରିଆନ ପାର୍କ, ବ୍ଲୋମଫେଂଟନର ମ୍ୟାଙ୍ଗଗ ଓଭାଲ, ଗକେବେରହାର ସେଂଟ ଜର୍ଜ ପାର୍କ, ଇଷ୍ଟ ଲଣ୍ଡନର ବଫୋଲୋ ପାର୍କ ଓ ପର୍ଲର ବୋଲାଣ୍ଡ ପାର୍କ ରହିଛି । ୨୦୨୭ ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ୨୦୦୩ ବିଶ୍ୱକପ ପରି ଏହାର ଫର୍ମାଟ ହେବ । ୨ଟି ଗ୍ରୁପରେ ୭ଟି ଲେଖାଏଁ ଟିମ ରହିବେ । ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟା ସହ ବିଶ୍ୱକପ ଆୟୋଜନ କରିଥିଲା । ଅଷ୍ଟ୍ରେଲିଆ ଟିମ ଟାଇଟଲ ହାସଲ କରିଥିଲା ।ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର ଓ ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ୪୪ ମ୍ୟାଚ ଏବଂ ବାକି ୧୦ଟି ମ୍ୟାଚ ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓଭରାଲ ୮ଟି ଷ୍ଟାଡିୟମ ଏହି ମେଗା ଇଭେଂଟ ପାଇଁ ଚୟନ କରିଛି ।

ଜୋହାନ୍ସବର୍ଗର ୱାଣ୍ଡର୍ସ, କେପଟାଉନର ନ୍ୟୁଲାଣ୍ଡସ, ଡର୍ବାନର କିଙ୍ଗସମିଡ, ପ୍ରିଟୋରିୟାର ସେଂଚୁରିଆନ ପାର୍କ, ବ୍ଲୋମଫେଂଟନର ମ୍ୟାଙ୍ଗଗ ଓଭାଲ, ଗକେବେରହାର ସେଂଟ ଜର୍ଜ ପାର୍କ, ଇଷ୍ଟ ଲଣ୍ଡନର ବଫୋଲୋ ପାର୍କ ଓ ପର୍ଲର ବୋଲାଣ୍ଡ ପାର୍କ ରହିଛି । ୨୦୨୭ ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ୨୦୦୩ ବିଶ୍ୱକପ ପରି ଏହାର ଫର୍ମାଟ ହେବ । ୨ଟି ଗ୍ରୁପରେ ୭ଟି ଲେଖାଏଁ ଟିମ ରହିବେ । ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟା ସହ ବିଶ୍ୱକପ ଆୟୋଜନ କରିଥିଲା । ଅଷ୍ଟ୍ରେଲିଆ ଟିମ ଟାଇଟଲ ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *