୨୦୨୬ ରେ ଦୃଶ୍ୟମାନ ହେବ ୩ ଟି ‘ସୁପରମୁନ୍’ ଓ ‘ମାଇକ୍ରୋମୁନ’

ସୁପର ମୁନ୍ କଣ ଜାଣିଥିବେ, ମାଇକ୍ରୋ ମୁନ୍ ବିଷୟରେ ଜାଣନ୍ତୁ

DNK LIVE NEWS-“ସୁପରମୁନ“ ଶବ୍ଦ ଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ “ସୁପରମୁନ “ ଶବ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି । ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲିଥାଏ । ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧିରେଧିରେ ୪.୦୬ ଲକ୍ଷ କିଲୋମିଟର ଦୂରକୁ ଚାଲିଯାଇଥାଏ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ “ସୁପରମୁନ “ କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ ।

ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ ରୁ ୪ ଥର ଘଟିଥାଏ । ଆସନ୍ତା ଜାନୁଆରୀ ୩ ତାରିଖ ପୌଷ ପୂର୍ଣ୍ଣମୀର ଚନ୍ଦ୍ରଟି ୨୦୨୬ ମସିହାର ପ୍ରଥମ “ସୁପରମୁନ“ ଭାବରେ ଦେଖାଯିବ । ସେହି ଦିନ ପୂର୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪% ବଡ ସହ ୩୦% ଉତ୍କଳ ଦେଖାଯିବ । ୨୦୨୬ ମସିହାରେ ଦ୍ବିତୀୟ “ସୁପରମୁନ“ ନଭେମ୍ବର ୨୪ ଓ ଶେଷ “ସୁପରମୁନ“ ଟି ଡିସେମ୍ବର ୨୩ ତାରିଖରେ ଦେଖାଯିବ । ସେହି ଭଳି ୨୦୨୬ ମସିହାରେ ପୃଥିବୀ ଠାରୁ ଦୁରରେ ଥିବାବେଳେ ୩ଟି ପୂର୍ଣମୀ ପଡୁଥିବାରୁ ମେ ୧. ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ‘ମାଇକ୍ରୋମୁନ’ ବାଛୋଟ ଚନ୍ଦ୍ର ଦେଖାଯିବ।

ଏଗୁଡିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ତଥା କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖ ଦିନ ଏହାକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖି ରେ ଦେଖିହେବ । “ସୁପରମୁନ “ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ । ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡିକ

Leave a Reply

Your email address will not be published. Required fields are marked *