ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ ମାଓ ନେତା ହିଡମା ନିପାତ !

DNK NEWS DESK- ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର । ସୁକୁମା ଜିଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତନ୍ମଧ୍ୟରେ ଟପ୍ ମୋଷ୍ଟ ୱାଣ୍ଟେଡ ମାଓ ନେତା ହିଡମା ଥିବା ସୂଚନା ମିଳିଛି ।

ଆଲୁରି ସୀତାରାମ ରାଜୁ ଜିଲାରେ ମାରେଡୁମେଲ୍ଲୀରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ଜଣେ ଶୀର୍ଷ ମାଓନେତାଙ୍କ ସମେତ ୬ଜଣ ମାଓବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ଏକ ବଡ କମ୍ବିଂ ଅପରେସନ ଚାଲିଥିବା ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *