ଦୀପାବଳି ପୂର୍ବରୁ ଅଣନିଶ୍ବାସୀ କଲାଣି ରାଜଧାନୀ ଦିଲ୍ଲୀ, ୪୦୦ ଟପିଲା AQI

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ସୃଷ୍ଟି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଆଜି ସକାଳ ୭ ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୭୩ ରେକର୍ଡ କରାଯାଇଛି, ଯାହା ‘ଅତ୍ୟନ୍ତ ଖରାପ’ ବର୍ଗରେ ପଡ଼ିଥାଏ। ଦୀପାବଳିରେ ଦିଲ୍ଲୀ-ଏନସିଆରର ବାୟୁ ଗୁଣବତ୍ତା ଗୁରୁତର ସ୍ତରରେ ପହଞ୍ଚିଥି ବେଳେ ପ୍ରଦୂଷଣ ସ୍ତର ଏତେ ବୃଦ୍ଧି ପାଇଛି ଯେ ନିଶ୍ୱାସ ନେବା କଷ୍ଟକର ହୋଇଯାଇଛି। AQI ୪୦୦ ଅତିକ୍ରମ କରିଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଆନନ୍ଦ ବିହାର ଆଜି ସବୁଠାରୁ ଖରାପ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ରେକର୍ଡ କରିଛି। ଆନନ୍ଦ ବିହାରରେ AQI ୪୧୭ ରେକର୍ଡ କରାଯାଇଛି, ଯାହା ଏହି ଅଞ୍ଚଳକୁ ସବୁଠାରୁ ପ୍ରଦୂଷିତ କରିଛି। ବିଜୟ ନଗର (ଗାଜିଆବାଦ)ରେ AQI ୩୪୮ ରେକର୍ଡ କରାଯାଇଛି, ଏବଂ ନୋଏଡାରେ AQI ୩୪୧ ରେକର୍ଡ କରାଯାଇଛି। ନୋଏଡା ସେକ୍ଟର ୧ ରେ AQI ୩୪୪ ରେକର୍ଡ କରାଯାଇଛି।

ଦିଲ୍ଲୀ-ଏନସିଆରରେ ରବିବାର ରାତିରୁ GRAP-2 କାର୍ଯ୍ୟକାରୀ କରାଯାଇଛି। ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM) ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ସବ-କମିଟିର ଏକ ଜରୁରୀକାଳୀନ ବୈଠକ ଡାକିଛି। ପାଣିପାଗ ଏବଂ ବାୟୁ ଅବସ୍ଥା ସମୀକ୍ଷା କରିବା ପରେ, GRAP-2 ଅଧୀନରେ ୧୨-ସୂତ୍ରୀ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *