DNK LIVE NEWS- ଟି ୨୦ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆର ସବୁଠୁ ବଡ଼ ବିପର୍ଜୟ। ଚଳିତ ବିଶ୍ବ କପ୍ ରେ ଦ୍ୱିତୀୟ ଥର ପାଇଁ ପୁଣି ହାରିଲା ଅଷ୍ଟ୍ରେଲିଆ। ସୋମବାର ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ନିକଟ ରୁ ୮ ୱିକେଟ ରେ ପରାସ୍ତ ହୋଇଛି କଙ୍ଗାରୁ ଦଳ। ୧୮୨ ରନ୍ ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ, ଜବାବ ରେ ଶ୍ରୀଲଙ୍କା ମାତ୍ର ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଛି। ଶ୍ରୀଲଙ୍କା ର ଓପନର ବ୍ୟାଟସ୍ ମ୍ୟାନ ପଥୁମ୍ ନିଶାଙ୍କା ବିସ୍ଫୋରକ ଶତ୍ତକ ହାସଲ କରିଥିଲେ। ଯେଉଁଟା କି ଚଳିତ T ୨୦ ବିଶ୍ଵ କପ୍ ର ପ୍ରଥମ ଶତକ। ନିଶାଙ୍କା ୫୨ ବଲ୍ ରୁ ଦମଦାର ଶତକ ହାସଲ କରିଥିଲେ। ଫଳରେ ମାତ୍ର ୨ ଓଭର୍ ବାକି ଥାଇ, ଶ୍ରୀଲଙ୍କା ୧୮୨ ରନ୍ ର ବିଜୟ ଲକ୍ଷ୍ୟ କୁ ହାସଲ କରିନେଇଥିଲା।

ବଡ଼ କଥା ହେଲା ଚଳିତ ବିଶ୍ଵ କପ୍ ରୁ ବାଦ ପଡିପାରେ ଅଷ୍ଟ୍ରେଲିଆ କାହିଁକି ନା ଦ୍ୱିତୀୟ ମ୍ୟାଚ୍ ରେ ଜିମ୍ବାୱେ ଠାରୁ ମଧ୍ୟ ହାରିଥିଲା। ତେଣୁ ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ଜିମ୍ବାୱେ ଆୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳା ଯିବ। ଯଦି ଜିମ୍ବାୱେ ଆୟରଲ୍ୟାଣ୍ଡ କୁ ହରାଇ ଦିଏ ତାହେଲେ ଚଳିତ T ୨୦ ବିଶ୍ଵ କପ୍ ରୁ ବାଦ ପଡ଼ିବ ଅଷ୍ଟ୍ରେଲିଆ
