ଦିୱାଲି ଉପଲକ୍ଷେ BSNL ର ଧମାକାଦାର ଅଫର, ଏକ ଟଙ୍କାରେ ଅନଲିମିଟେଡ କଲ୍ ପୁଣି ଦିନକୁ 2GB ଡାଟା..

ଭୁବନେଶ୍ବର: ଆସିଲା ଦମଦାର ଦିୱାଲି ଅଫର୍ । ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ ଆଣିଦେଇଛି । ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ଦେଉଛି ଅନଲିମିଟେଡ୍ କଲ୍ ସୁବିଧା । BSNL ପକ୍ଷରୁ ଦିୱାଲି ବୋନାଞ୍ଜା ନାଁରେ ଆସିଛି ଏହି ଅଫର । ଏଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଟୋକନ ମନି ଦେଇ ଗୋଟିଏ ମାସ ପାଇଁ ମାଗଣାରେ କଲ୍ ସୁବିଧା ଥିବା ସିମ୍ ସଂଯୋଗ ନେଇପାରିବେ ।

ଯଦି ଆପଣ BSNL ନେଟୱାର୍କ ସହ ଯୋଡି ହେବାକୁ ଚାହାଁନ୍ତି, ତାହେଲେ କେବଳ ୧ ଟଙ୍କାରେ ଅନଲିମିଟେଡ କଲ୍, ଡେଲି 2GB ଡାଟା ଓ ୧୦୦ SMS ସୁବିଧା ପାଇପାରିବେ । ତେବେ ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ । ଆପଣ ୧ ଟଙ୍କାରେ ସିମ୍ କିଣିପାରିବେ ଓ BSNL ନେଟୱାର୍କ ୟୁଜର ହୋଇ ଏହି ଅଫରର ଫାଇଦା ଉଠାଇପାରିବେ । ଅକ୍ଟୋବର ୧୫ରୁ ନଭେମ୍ବର ୧୫ ଯାଏଁ ଏହି ଅଫର୍ ବୈଧ ରହିବ ।

BSNL ଆପଣଙ୍କୁ ଫ୍ରି ସିମ୍ ଦେବ ।  ଅର୍ଥାତ୍ ୧ ଟଙ୍କାରେ ସିମ୍ କିଣି ୩୦ ଦିନ ପାଇଁ ଅଫର୍‌ର ଲାଭ ନେଇପାରିପାରିବେ  । ଏହାପରେ ଆପଣ ରିଚାର୍ଜ ପ୍ଲାନ ଅନୁସାରେ ଆଗକୁ ରିଚାର୍ଜ କରିପାରିବେ .. ଯଦି ଆପଣ ଅନ୍ୟ କେଉଁ ଟେଲିକମ କମ୍ପାନୀ ୟୁଜର ଓ BSNL 4G ନେଟୱାର୍କକୁ ସ୍ୱିଚ୍ କରିବାକୁ ଚାହାଁନ୍ତି ତାହେଲେ ବି ଏହି ଅଫର୍‌ର ଫାଇଦା ଉଠାଇପାରିବେ ।

Leave a Reply

Your email address will not be published. Required fields are marked *