DNK LIVE NEWS- ଭୁବନେଶ୍ୱର: ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ CII (confederation of indian industry ) ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗୁରୁବାର ହୋଟେଲ ମେ ଫେୟାରରେ cii ତାର ବାର୍ଷିକ ସମ୍ମିଳନୀ ଆୟୋଜିତ କରିଥିଲା ।ଯେଉଁଥିରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ବିଭଗୀୟ ସଚିବ ହେମନ୍ତ ଶର୍ମାଙ୍କ ସମେତ ବହୁ ଷ୍ଟେକ ହୋଲଡର, ଶିଳ୍ପପତି ଏବଂ cii ଓଡ଼ିଶା ରାଜ୍ୟ ପରିଷଦର ଚେୟାରମ୍ୟାନ ଅନିଲ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।ବିଭାଗୀୟ ସଚିବ ସରକାରଙ୍କ ବିକଶିତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ସ୍ୱପ୍ନକୁ ସାକାର କରିବା ଦିଗରେ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ ।
ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବିଗତ ଦିନ ଅପେକ୍ଷା କିପରି ମହାରାଷ୍ଟ୍ର ଓ ଆନ୍ଧ୍ର ଠାରୁ ଆଗରେ ରହିଛି ସେ ଉପରେ ଉପସ୍ଥିତ ଶିଳ୍ପପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ cii ପାର୍ଟନର ହିସାବରେ କାମ କରୁଛି। ସମିଳନୀରେ ଶିଳ୍ପ ନେତା, ଷ୍ଟେକ ହୋଲଡର ଏମଏସ ଏମଇ ମାନଙ୍କୁ ଏକାଠି କରିଥିଲା ତାହା ସ୍ୱାଗତ ଯୋଗ୍ୟ ବୋଲି ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ। ଶେଷରେ ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ କମ୍ପାନୀର କର୍ମକର୍ତ୍ତା ତଥା ଟିମ କୁ ସମ୍ବର୍ଦ୍ଧିତ କରାଯାଇଥିଲା।
