ଭୁବନେଶ୍ୱର: DNK LIVE NEWS- ଫେଡେରେସନ ଅଫ୍ ଦି ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ପକ୍ଷରୁ ଆୟୋଜିତ ହୋଇଯାଇଛି ଷଷ୍ଠ ଓମେନ୍ ଆୱାର୍ଡ଼। ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ଓଡ଼ିଶା ର ମହିଳା ଉଦ୍ୟୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନନୀୟ ଅତିଥି ଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଥିଲେ । ସେମାନଙ୍କର ଉପସ୍ଥିତି ଓ ଅଭିଭାଷଣ ଉପସ୍ଥିତ ମହିଳା ଉଦ୍ୟୋଗୀ ଓ ବୃତ୍ତିଧାରୀଙ୍କୁ ସେମାନଙ୍କ କ୍ଷେତ୍ର ଗୁଡିକରେ ଉତ୍କର୍ଷ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲା । ଉପସ୍ଥିତ ମହିଳା ଉଦ୍ୟୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
ଫିକି ଲେଡିଜ୍ ଅର୍ଗାନାଇଜେସନ୍(FLO) 1983 ରୁ ମହିଳା ମାନଙ୍କର ଅର୍ଥନୈତିକ ସଶକ୍ତିକରଣ ତଥା ବୃତ୍ତିଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କାମ କରି ଆସୁଛି। FLO ଭାରତ ର 10ଟି ସହରରେ 8000 ହଜାର ମହିଳା ଉଦ୍ୟୋଗୀ ଙ୍କ ନେଟୱର୍କ କୁ ପ୍ରତିନିଧିତ୍ୱ କରୁଛି। ବର୍ତ୍ତମାନ ଏହାର ଚେୟାରପର୍ସନ ଅଛନ୍ତି ପ୍ରଜ୍ଞା ପାରମିତା ମିଶ୍ର।
