T-20 ବିଶ୍ବକପ୍ କ୍ରିକେଟ୍: ୨୪ ଘଣ୍ଟାରେ ଉତ୍ତର ନ ଦେଲେ ବାଂଲାଦେଶ ସ୍ଥାନରେ ଖେଳିବ ଏହି ଟିମ୍

DNK LIVE NEWS- ବାଂଲାଦେଶକୁ ଆଇସିସିର ଚତାବନୀ । ୨୪ ଘଣ୍ଟାର ମିଳିଲା ଡେଡ୍‌ଲାଇନ୍‌ । ଆସନ୍ତା T-20 ବିଶ୍ବକପ୍‌ରେ ଭାଗ ନେବା ନେଇ ଡେଡ୍‌ଲାଇନ୍‌ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଏପରିକି ୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ ଖେଳିବ ସ୍କଟଲାଣ୍ଡ୍‌ ସଫାସଫା ଶୁଣାଇ ଦେଇଛି।

ଟି ୨୦ ବିଶ୍ୱକପର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ତରଫରୁ ସୂଚନା ଦିଆଯାଇଛି।

ଭାରତରୁ ମ୍ୟାଚକୁ ସ୍ଥାନାନ୍ତର କରାଯାଇ ଶ୍ରୀଲଙ୍କାରେ କରାଯାଉ ବୋଲି କିଛି ଦିନ ତଳେ ବାଂଲାଦେଶ କ୍ରିକେଟ ବୋର୍ଡ ପରିଷଦ ଆଇସିସିକୁ ଅନୁରୋଧ କରିଥିଲା। ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବିଚାର କରି ଆଇସିସି ଏହି ନିଷ୍ପତ୍ତି ନେଇଛି। ଏଥିସହିତ ଭାରତର ଯେଉଁ ସ୍ଥାନ ମାନଙ୍କରେ ମ୍ୟାଚ ଖେଳାଯିବ, ସେଠାରେ ବାଂଲାଦେଶୀ ଖେଳାଳି, ଗଣମାଧ୍ୟମ କର୍ମଚାରୀ, ଅଧିକାରୀ ଏବଂ ପ୍ରଶଂସକଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ଆଇସିସି ସ୍ପଷ୍ଟ ଭାବରେ ସୂଚାଇ ଦେଇଛି।

ବାଂଲାଦେଶ ପ୍ରତି କୌଣସି ସୁରକ୍ଷା ଜନିତ ବିପଦ ନାହିଁ ତେଣୁ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯିବ ନାହିଁ ବୋଲି ଆଇସିସି କହିଛି। ଯଦି ବର୍ତ୍ତମାନ କୌଣସି କାରଣ ନ ଥାଇ କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯିବ ତେବେ ଏହା ଭବିଷ୍ୟତର ଆଇସିସି ଇଭେଣ୍ଟଗୁଡ଼ିକ ଉପରେ ପ୍ରଭାବ ପକାଇବ ଓ ଏକ ବିଶ୍ୱସ୍ତରୀୟ ପ୍ରଶାସକ ସଂସ୍ଥା ଭାବରେ ଏହାର ନିରପେକ୍ଷତାକୁ ଦୁର୍ବଳ କରିବ ବୋଲି ମଧ୍ୟ କୁହାଯାଇଛି ।

Leave a Reply

Your email address will not be published. Required fields are marked *