ଆସୁଛି ମନ୍ଥା; ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ଭୁବନେଶ୍ବର- ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ମତ୍ସ୍ୟଜୀବୀ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ଅକ୍ଟୋବର 26 ରୁ 29 ତାରିଖ ୪ ଦିନ ପାଇଁ ସମୁଦ୍ର ଯିବାକୁ ବାରଣ କରାଯାଇଛି । 26 ତାରିଖରେ ଗଭୀର ଅବପାତ ରୂପ ନେବା ପରେ ପବନର ବେଗ ଘଣ୍ଟା ପ୍ରତି 45-55 କିମି ରହିବ । ସେହିପରି ଅକ୍ଟୋବର 27 ବେଳକୁ ପବନର ବେଗ ବଢ଼ି 60-70 କିମି ଘଣ୍ଟା ପ୍ରତି ରହିବ । ତେଣୁ ଉକ୍ତ ୪ ଦିନ ସମୁଦ୍ରକୁ ନଯିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *