ଅପରାଧ କରି ଗିରଫ ହେଲେ ଜେଲ୍ ଯିବ, ପଦ ବି ଯିବ । ସେ CM ହୁଅନ୍ତୁ କି PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଲୋକ ସଭାରେ ଆଣିଛନ୍ତି ଗୁରୁତ୍ବପୂର୍ଣ୍ଣ ବିଲ୍ । ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀଙ୍କୁ ଯେକୌଣସି ଗୁରୁତର ଅପରାଧିକ ମାମଲାରେ ଗିରଫ କରାଯାଏ, ତେବେ ତାଙ୍କୁ ପଦରୁ ହଟାଇ ଦିଆଯିବ । ଲୋକସଭାରେ ଏନେଇ ଆଜି ବିଲ୍ ପାସ୍ ହୋଇଛି । କେନ୍ଦ୍ରସାଶିତ ଅଞ୍ଚଳ ସରକାର (ସଂଶୋଧନ) ବିଲ ୨୦୨୫ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ବିଲ୍ ନେଇ ପ୍ରସ୍ତାବ ଦେଇଥିଲେ । ଆଇନ ଆସିବା ପରେ ଗୃହରେ ପ୍ରବଳ ହୋହଲ୍ଲା କାଗଜ ଫିଙ୍ଗିଥିଲେ ବିରୋଧୀ ସଦସ୍ୟ । କାହିଁକି ନା ଏହି ବିଲ ରେ ଏକ ବ୍ୟବସ୍ଥା ଅଛି ଯେ ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଏ, ତେବେ ତାଙ୍କୁ ଗିରଫଦାରୀର ୩୧ତମ ଦିନରେ ପଦରୁ ହଟାଇ ଦିଆଯାଇପାରିବ । ତେବେ କଣ ଏହି ବିଲ୍ …।
କେନ୍ଦ୍ରଶାସିତ ଅଞ୍ଚଳ ସରକାର ଆଇନ, 1963 (1963 ର 20) ଅନୁଯାୟୀ, ଗୁରୁତର ଅପରାଧିକ ଅଭିଯୋଗ ଯୋଗୁଁ ଗିରଫ ଏବଂ ଅଟକ ଥିବା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ବହିଷ୍କାର କରିବାର କୌଣସି ବ୍ୟବସ୍ଥା ନାହିଁ। ଏପରି ପରିସ୍ଥିତିରେ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଏକ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅଛି। ତେଣୁ, ଏଥିପାଇଁ, କେନ୍ଦ୍ରଶାସିତ ଅଞ୍ଚଳ ସରକାର ଆଇନ, 1963 ର ଧାରା 45 ସଂଶୋଧନ କରାଯାଇ ଏହି ଆଇନ ଅଣାଯାଇଛି ।

Leave a Reply

Your email address will not be published. Required fields are marked *