ଜାପାନର ଟୋକିଓରେ ନେତାଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବେ ଓଡ଼ିଆ ପୁଅ ସତ୍ୟ ସୁତାର

DNK LIVE NEWS- ଜାପାନର ଟୋକିଓଠାରେ ଥିବା ରେଙ୍କୋଜି ମନ୍ଦିରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବେ ଓଡ଼ିଆ ପୁଅ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ପୁଅ ସତ୍ୟ ସୁତାର ସେଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବେ । ରେଙ୍କୋଜି ମନ୍ଦିରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବେ ଓଡ଼ିଆ ପୁଅ ଶ୍ରୀ ସୁତାର ।

ଶ୍ରୀ ସୂତାର ୨୦୨୨ରେ ଭିଏତନାମର ଶାଇଗନଠାରେ, ୨୦୨୩ ମସିହାରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ, ୨୦୨୪ରେ ଶ୍ରୀ ସୂତାର ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରରେ, ୨୦୨୫ରେ ମଣିପୁରରର ଇମ୍ପାଲସ୍ଥିତ ମୋଇରାଙ୍ଗ ମାଟିରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସୂଚନା ଅନୁଯାୟୀ, ଜାପାନ ଏବଂ ଟୋକିଓ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗଭୀର ସମ୍ପର୍କ ରହିଛି । ଯେଉଁଠାରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜାଦ ହିନ୍ଦ ଫୌଜ (INA)ର ନେତୃତ୍ୱ ନେବାକୁ ଆସିଥିଲେ ଏବଂ ଆଜି ମଧ୍ୟ ତାଙ୍କ ଚିତାଭସ୍ମ ଟୋକିଓର ରେଙ୍କୋଜି ମନ୍ଦିରରେ ରଖାଯାଇଥିବା ବିଶ୍ୱାସ କରାଯାଇଥାଏ । ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ ବିମାନ ଦୁର୍ଘଟଣା ପରେ, ତାଙ୍କ ଅସ୍ଥିକୁ ଟୋକିଓ ଅଣାଯାଇଥିଲା ଏବଂ ୧୪ ସେପ୍ଟେମ୍ବର ୧୯୪୫ରେ ରେଙ୍କୋଜି ମନ୍ଦିରରେ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *