ଝାରସୁଗୁଡ଼ାରୁ କଂଗ୍ରେସକୁ ତେରଛା ବାଣ ମାରିଲେ ମୋଦୀ, କହିଲେ ଚାଲିଛି ଲୁଟ୍ ତନ୍ତ୍ର

ଭୁବନେଶ୍ୱର: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଓଡ଼ିଆରେ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୋଦି । ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି। ମୋଦି ଝାରସୁଗୁଡ଼ାରୁ କଂଗ୍ରେସକୁ ତେରଛା ବାଣ ମାରିଛନ୍ତି

କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ କରୁଥିଲା। ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ ଦେବାକୁ ପଡୁଛି ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *