DNK LIVE NEWS- ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ କଥା ଛିଡୁନି । ମୁଖ୍ୟମନ୍ତ୍ରୀ ବସ, ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଦାବି କରିଛି ସଂଘ । ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛି ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ।

ଯଦି ୨୩ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନିଆନଯାଏ, ତେବେ ୨୪ ତାରିଖରୁ କଟକକୁ କୌଣସି ବସ୍ ଗଡିବ ନାହିଁ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ । ଆବଶ୍ୟକ ପଡିଲେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ଘରୋଇ ବସ୍ ମାଲିକ ସଙ୍ଘ ତରଫରୁ କୁହାଯାଇଛି ।
ରାଜ୍ୟ ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକରେ ଏହି ନିଷ୍ପତି ହୋଇଛି । ବୈଠକରେ ୮ଜିଲ୍ଲାର ୧୮ ଆସୋସିଏସନ ସାମିଲ ହୋଇଥିଲେ ।