କ୍ରିକେଟ ମୈଦାନରେ ପହଲଗାଓଁର ପ୍ରତିବାଦ, ପାକ୍ ଅଧିନାୟକଙ୍କ ସହ ହାତ ମିଶାଇଲେ ନାହିଁ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: କ୍ରିକେଟ ମୈଦାନରେ ଦେଶ ପ୍ରେମର ବାର୍ତ୍ତା । ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆ ଦେଇଥିଲା ଏମିତି କିଛି ବାର୍ତ୍ତା । ଯାହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା । ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ସହ ମ୍ୟାଚ ନଖେଳିବାକୁ ଦେଶବାସୀ ଅପିଲ କରିଥିଲେ । ମ୍ୟାଚକୁ ଭାରତ ବଏକଟ୍ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ତାହା କରି ଦେଖାଇଥିଲେ ।

ଟସ୍ ପକାଉଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ

ଟସ୍ ପଡିବା ପରେ ପାକ୍ ଟିମ୍ ଅଧିନାୟକଙ୍କ ସହ ହାତ ମିଳାଇ ନଥିଲେ ସୂର୍ଯ୍ୟକୁମାର । ପିଚ୍ ଉପରେ ବ୍ୟାଟରେ ମଧ୍ୟ ତାର ଯବାବ ଦେଇଥିଲେ । ସବୁ କ୍ଷେତ୍ରରେ ପାକିସ୍ତାନ ଧରାଶାୟୀ କରି ମ୍ୟାଚକୁ ଜିତି ନେଇଥିଲା ଭାରତ । ଆଉ ଉଇନିଂ ସଟ୍ ଖେଳିବା ପରେ ବି ହାତ ନମିଳାଇ ମୈଦାନ ଛାଡ଼ିଥିଲେ ସ୍ବୟଂ ଅଧିନାୟକ ଏବଂ ସାଥି ଖଳାଳି । ପହଲଗାମ ଆକ୍ରମଣ ପରେ ଦେଶବାସୀଙ୍କ ଦୁଃଖ ଆଉ କ୍ଷୋଭକୁ କ୍ରିକେଟ ମୈଦାନରେ ପ୍ରକାଶ କରିଥିଲା ଟିମ୍ ଇଣ୍ଡିଆ ।

ମ୍ୟାଚ ହାରିବା ପରେ ପାକିସ୍ତାନ ଖେଳାଳି

Leave a Reply

Your email address will not be published. Required fields are marked *