
ଏସିଆ କପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ବରେ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ଶୁଭମନ ଗିଲ୍ ଉପଅଧିନାୟକ ଚୟନ ହୋଇଥିବା ବେଳେ ଦଳରେ ସାମିଲ ହୋଇଛନ୍ତି ହାର୍ଦ୍ଦିକ ଓ ଅର୍ଶଦୀପ । ଯଶପ୍ରିତ ବୁମରା ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ ସ୍ଥାନ ପାଇଛନ୍ତି । ସେହିପରି T-20ରେ ଭଲ ପ୍ରଦର୍ଶନ କରିଥିବା ହରଶିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି । ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଉପରେ ସ୍ପିନ ବୋଲିଂ ଦାୟିତ୍ବ ସମ୍ଭାଳିବେ । ୱିକେଟ କିପର ଭାବେ ସଞ୍ଜୁ ସାମସନ ଓ ଜିତେଶ ଶର୍ମା ଓ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିଛି ।
ସୂର୍ଯ୍ୟ କୁମାର ଯାଦବ, (ଅଧିନାୟକ) ଶୁବମନ ଗିଲ୍, (ଉପଅଧିନାୟକ)
ଅଭିଷେକ ଶର୍ମା, ତିଲକ ବର୍ମା
ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା
ଯଶପ୍ରିତ ବୁମରା, ହର୍ଷିତ ରାଣା
ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ୱିକେଟ କିପର)
ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ
ଅର୍ଶଦୀପ ସିଂ, ରିଙ୍କୁ ସିଂ
୧୫ ଜଣିଆ ଦଳରେ ଶ୍ରେୟଶ ଆୟାରଙ୍କୁ ସ୍ଥାନ ମିଳିନଥିବା ବେଳେ ଆଇପିଏଲର କେକେଆର ଟିମ୍ ରୁ ୩ ଜଣ ଖେଳାଳି ରିଙ୍କୁ ସିଂ, ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଛି । ସେପ୍ଟେମ୍ବର ୨ରୁ ୟୁଏଇରେ ଆରମ୍ଭ ହେବ ମ୍ୟାଚ ।