ବିଜୟର ଧାରା ଭାଙ୍ଗିଲା ଟିମ୍ ଇଣ୍ଡିଆ । ଲକି ସାବ୍ୟସ୍ତ ହେଲେ ପାଣ୍ଡ୍ୟା, ପୁଣି ଲକି ବୋଲର ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ଏବଂ ଅକ୍ସର ପଟେଲ । ଏମାନଙ୍କୁ ଦୁଇ ଲେଖାଏଁ ୱିକେଟ ମିଳିଥିବା ବେଳେ ବୁମରା ଏବଂ ଶିବମ ଦୁବେଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ୱିକେଟ । ମାତ୍ର ୭୪ ରନ୍ ରେ ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା । ଯାହାକି ତାର ଟି-20ରେ ସର୍ବନିମ୍ନ ସ୍କୋର । ହାର୍ଦ୍ଦିକଙ୍କ ହୃଦୟ ଛୁଆଁ ସଟ୍ ଶୀତୁଆ ରାତିରେ ଉଷ୍ମତା ଭରିଥିଲା । ନିଜ ଅନ୍ଦାଜରେ ହାର୍ଦ୍ଦିକ ଧୁଆଁଦାର ୨୮ ବଲରେ ୫୯ ରନ୍ ସ୍କୋର କରିଥିଲେ ଯେଉଁଥିରେ ଥିଲା ୪ ଛକା ୬ ଚୌକା । ଏଥିସହ ଦୁଇଟି ୱିକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

୨୦୨୨ରେ ଧରାକୋଟରେ ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକାକୁ ସର୍ବାଧିକ ୭୪ ରନ୍ ରେ ପରାସ୍ତ କରିଥିବା ବେଳେ ବାରବାଟୀରେ ସର୍ବାଧିକ ୧୦୧ ରନ୍ ରେ ପରାସ୍ତ କରିଛି । ବୋଲିଂ ସମୟରେ ଦେଖିବାକୁ ମିଳିଥିଲା ଏକ ବଡ଼ ସଂଯୋଗ । ୩ ଜଣ ବୋଲର ସେମାନଙ୍କ ପ୍ରଥମ ଓଭରର ପ୍ରଥମ ବଲ୍ ରେ ହିଁ ପାଇଥିଲେ ସଫଳତା । ଅକ୍ସର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତି । ଯାହାକି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା । ମାତ୍ର ୧୨.୩ ଓଭରରେ ସରେଣ୍ଡର କରିଥିଲା ଦକ୍ଷିଣ ଆଫ୍ରିକା । ସବୁର ପରେ ଆଜି ବି ବିରାଟ ଏବଂ କୋହଲିଙ୍କୁ ମିସ୍ କରୁଥିଲେ ସଭିଏଁ । ସେମାନେ ଟିମ୍ ରେ ଥିଲେ ମ୍ୟାଚ ଆହୁରି ରୋମାଞ୍ଚକର ଏବଂ ଧମାକାଦାର ହୋଇଥାନ୍ତା ।
