ଭୁବନେଶ୍ୱର: DNK LIVE NEWS-ଓଡିଶା ମାଇନିଙ୍ଗ ଆଣ୍ଡ କନ୍ଷ୍ଟ୍ରକ୍ଶନ ଇକ୍ୱିପମେଂଟ ଏକ୍ସପୋ (ଓଏମସିଇ) ୨୦୨୬ର ପ୍ରଥମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି ।ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ରାଜ୍ୟ ସରକାରଙ୍କ ଗୃହ, ଶିଳ୍ପ ଓ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଶ୍ରୀ ହେମନ୍ତ ଶର୍ମା ଯୋଗ ଦେଇ expo ର ଉଦଘାଟନ କରିଥିଲେ l ଏହି ଅବସରରେ ସିଆଇଆଇ ଟ୍ରେଡ ଫେୟାର କାଉନସିଲ ଅଧ୍ୟକ୍ଷ ବି. ଥିଆଗରଜନ ଏବଂ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ପୂର୍ବ ଭାରତରେ ଖଣି ଓ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପଥେ ଅଗ୍ରସର କରୁଛି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ଏହି ତିନିଦିନିଆ ଏକ୍ସପୋ ଉଦ୍ଭାବନଗୁଡିକୁ ପ୍ରଦର୍ଶିତ କରିବା, ସହଭାଗିତା ବିକଶିତ କରିବା ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପର ପ୍ରମୁଖ ହିତାଧିକାରୀମାନଙ୍କୁ ଏକତ୍ରିତ କରିଛି ।
ଉଦ୍ଘାଟନୀ ଅବସରରେ ଓଡିଶା ସରକାରଙ୍କ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ।ଉଦ୍ଘାଟନ ପରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଦର୍ଶନୀ ବୁଲି ଦେଖିଵା ସହ ଅଗ୍ରଣୀ ଅନ୍ତର୍ଜାତୀୟ ଓ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି, ଜ୍ଞାନ କୌଶଳ ବୁଲି ଦେଖିଥିଲେ । ପ୍ରଦର୍ଶନୀ ଉଦ୍ଘାଟିତ ହେବା ପରେ ସିଆଇଆଇ ଅଧିକାରୀଙ୍କ ସମେତ, ରାଜ୍ୟ ଗୃହ, ଶିଳ୍ପ ଓ ଆଇଆଣ୍ଡପିଆର ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସିଇଓ ରାଉଣ୍ଡଟେବୁଲ ବୈଠକ ଆୟୋଜିତ ହୋଇଥିଲା । ନିଜ ଅଭିଭାଷଣରେ ଶ୍ରୀ ଶର୍ମା କହିଛନ୍ତି ଶିଳ୍ପ ବିକାଶ ଓ ନିବେଶ ପାଇଁ ଏକ ସମାବେଶୀ ଇକୋସିଷ୍ଟମ ଗଠନ କରିବା କ୍ଷେତ୍ରରେ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ l
ଓଏମସିଇ ୨୦୨୬ରେ ୧୫୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିଛନ୍ତି ଏବଂ ୧୦,୦୦୦ରୁ ଅଧିକ ବ୍ୟବସାୟିକ ପରିଦର୍ଶକଙ୍କୁ ଏହା ଆକର୍ଷିତ କରିଛି । ଏହି ଏକ୍ସପୋ ଖଣି, ନିର୍ମାଣ ଓ ଭୂତିଭୂମି କ୍ଷେତ୍ରରୁ ଅଗ୍ରଣୀ ସଂସ୍ଥାଗୁଡିକର ଉପକରଣ, ଟେକ୍ନୋଲୋଜି ଓ ସମାଧାନଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ପ୍ରଦର୍ଶିତ କରିଛି । ଏହା ସହ ଅବସ୍ଥିତ ଓଡିଶା ମେଟାଲ ଏକ୍ସପୋ ୨୦୨୬ ଧାତୁ ଓ ସମ୍ବନ୍ଧିତ ଶିଳ୍ପରୁ ହିତାଧିକାରୀଙ୍କୁ ଏକତ୍ରିତ କରି ଏହି ପ୍ଲାଟଫର୍ମକୁ ଆହୁରି ସମୃଦ୍ଧ କରିଛି l