ଟ୍ରେନ୍ ଟିକେଟ୍ କ୍ୟାନ୍ସେଲେସନ୍ ନିୟମ ହେଲା କଠୋର , କଣ ରହିଛି ନୂଆ ନିୟମ।

DNK LIVE NEWS-ଭାରତୀୟ ରେଲୱେ ଯାତ୍ରୀମାନଙ୍କ ପାଇଁ ଟ୍ରେନ୍ ଟିକେଟ୍ କ୍ୟାନ୍ସେଲେସନ୍ ନିୟମକୁ ଅଧିକ ସ୍ପଷ୍ଟ ଏବଂ କଠୋର କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଟିକେଟ୍ କେବେ କ୍ୟାନ୍ସେଲ୍ କରାଯାଉଛି ସେଥିରୁ ରିଫଣ୍ଡ ରାଶି ନିର୍ଣ୍ଣୟ ହେବ।ରେଲୱେ ସୂଚନା ଅନୁସାରେ, ଯଦି କୌଣସି ଯାତ୍ରୀ ଟ୍ରେନ୍ ଚାଲିବା ସମୟରୁ ୭୨ ଘଣ୍ଟାରୁ ଅଧିକ ପୂର୍ବରୁ ଟିକେଟ୍ କ୍ୟାନ୍ସେଲ୍ କରନ୍ତି, ସେମାନେ ସର୍ବାଧିକ ରିଫଣ୍ଡ ପାଇବେ। ଏହି ମାମଲାରେ କେବଳ ନିର୍ଦ୍ଧାରିତ ଫ୍ଲାଟ୍ କ୍ୟାନ୍ସେଲେସନ୍ ଚାର୍ଜ କଟାଯାଏ। ଏହି ଚାର୍ଜ ସ୍ଲିପର ପାଇଁ ପ୍ରାୟ ₹୧୨୦ ଏବଂ ଏସି ଶ୍ରେଣୀରେ ₹୧୮୦ ରୁ ₹୨୪୦ ପର୍ଯ୍ୟନ୍ତ ରହିଥାଏ।

ଏହାପରେ, ଟ୍ରେନ୍ ଚାଲିବା ସମୟରୁ ୭୨ ଘଣ୍ଟା ରୁ ୨୪ ଘଣ୍ଟା ମଧ୍ୟରେ ଟିକେଟ୍ କ୍ୟାନ୍ସେଲ୍ କଲେ ଯାତ୍ରୀମାନଙ୍କୁ ମୋଟ ଭାଡାର ୨୫ ପ୍ରତିଶତ ଜରିମାନା ଦେବାକୁ ପଡିବ। କିନ୍ତୁ ଏହି ରାଶି ନ୍ୟୁନତମ କ୍ୟାନ୍ସେଲେସନ୍ ଚାର୍ଜ ଠାରୁ କମ୍ ହେବ ନାହିଁ ବୋଲି ରେଲୱେ ସ୍ପଷ୍ଟ କରିଛି।ସେହିପରି, ୨୪ ଘଣ୍ଟା ରୁ ୮ ଘଣ୍ଟା ମଧ୍ୟରେ କ୍ୟାନ୍ସେଲେସନ୍ କଲେ ମୋଟ ଭାଡାର ୫୦ ପ୍ରତିଶତ ପର୍ଯ୍ୟନ୍ତ କଟୋତି ହେବ। ଏହା ଡେରି କରି କ୍ୟାନ୍ସେଲ୍ କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଝଟକା ଭାବେ ଦେଖାଯାଉଛି।ଏହାଛଡା, ଯଦି ଯାତ୍ରୀମାନେ ଟ୍ରେନ୍ ଚାଲିବା ସମୟର ୮ ଘଣ୍ଟା ଭିତରେ ଟିକେଟ୍ କ୍ୟାନ୍ସେଲ୍ କରନ୍ତି, ସେମାନେ କୌଣସି ରିଫଣ୍ଡ ପାଇବେ ନାହିଁ।

ଇ-ଟିକେଟ୍ ମାମଲାରେ ରେଲୱେ ସ୍ପଷ୍ଟ କରିଛି ଯେ, ଚାର୍ଟ ପ୍ରସ୍ତୁତ ପୂର୍ବରୁ ଅନଲାଇନ୍ ଭାବେ ଟିକେଟ୍ କ୍ୟାନ୍ସେଲ୍ କରାଯାଇପାରିବ। କିନ୍ତୁ ଚାର୍ଟ ପ୍ରସ୍ତୁତ ହେବା ପରେ ସିଧାସଳଖ କ୍ୟାନ୍ସେଲେସନ୍ ସମ୍ଭବ ନୁହେଁ, ଏବଂ ଏଥିପାଇଁ TDR (ଟିକେଟ୍ ଡିପୋଜିଟ୍ ରିସିପ୍ଟ) ଫାଇଲ୍ କରିବା ଆବଶ୍ୟକ।ରେଲୱେର ଏହି ପଦକ୍ଷେପ ଯାତ୍ରୀମାନଙ୍କୁ ଆଗୁଆ ଯୋଜନା କରିବାକୁ ଓ ଅନାବଶ୍ୟକ ଟିକେଟ୍ ବୁକିଂ କମେଇବାକୁ ସହାୟକ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *