ଭୁବନେଶ୍ୱର: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରୀଷ୍ଣନଙ୍କୁ ସମର୍ଥନ ଜଣାଇବା ପାଇଁ ଓଡିଶାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ରେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନଥିବାବେଳେ, ତଥାପି ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କଠାରୁ ଆରମ୍ଭ କରି ଡିଏମ୍କେ ସୁପ୍ରିମୋ ଏମ୍କେ ଷ୍ଟାଲିନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ସମର୍ଥନ ଲୋଡିଛନ୍ତି ।

ତେବେ ବିଜେଡି ଓଡିଶାର ଏକ ଦୃଢ ବିରୋଧୀ ଦଳ ହୋଇଥିବାରୁ ଏଠି ଦେଖିବାକୁ ବାକି ରହିଲା ବିଜେଡି ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରୁଛି ନା ଇଣ୍ଡିଆମେଣ୍ଟ ପ୍ରାର୍ଥିଙ୍କୁ ସମର୍ଥନ କରୁଛି । କାରଣ ୨୦୨୪ ନିର୍ବାଚନ ପରେ ବିଜେଡି-ବିଜେପି ସମୀକରଣ ବଦଳି ଯାଇଥିବାରୁ ନବୀନଙ୍କ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର ।