କଣଠେସା କରିଥିଲା ବିଜେଡି, ସୁଯୋଗ ଦେଖି ପଦ୍ମ ପୋଖରୀକୁ ଗଲେ ରବୀନ୍ଦ୍ର

DNK LIVE NEWS- ଭୁବନେଶ୍ୱର- ଯାହା ଚର୍ଚ୍ଚା ହେଉଥିଲା ତାହା ହେଲା ..ବିଜେପିରେ ମିଶିଲେ ରବୀନ୍ଦ୍ର ଜେନା..ବାଲେଶ୍ବରର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ଶହ ଶହ ନେତା ଓ କର୍ମୀ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି..ବିଜୁ ଜନତା ଦଳ ସହ ଦୀର୍ଘ ଦିନର ସଂପର୍କ ଛିନ୍ନ କରି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ..ଆଉ ବିଜେଡିରେ ଇସ୍ତଫା ଦେବାର 24 ଘଣ୍ଟା ନ ପୁରୁଣୁ ପଦ୍ମ ଧରିସାରିଲେଣି ରବୀନ୍ଦ୍ର।

ଏବେ ରବୀନ୍ଦ୍ରଙ୍କ ବିଜେପିରେ ସାମିଲ ହେବା ଘୋଡ଼ାବେପାରରେ ପ୍ରାୟ ମୋହର ମାରିଦେଇଛି..କାରଣ ବିଜେପି ହାତ ଖୋଲି ସୁଯୋଗ ଦେଇଥିବାରୁ ..ସେଥିପାଇଁ ପଦ୍ମ ପୋଖରୀକୁ ଢଳି ପଡିଛନ୍ତି ରବୀନ୍ଦ୍ର .. ଆଉ ଏ ସବୁ ଭିତରେ ଏବେ କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀ.. ତାଙ୍କ ଭୋଟ କୁଆଡ଼େ ଯିବ ତାକୁ ନେଇ ଜାରି ଆଶଙ୍କା ଓ ଅନୁମାନଟା, ବିଜେଡି ଶିବିରର ପଲିଟିକାଲ୍ ପାରାକୁ ଏକଦମ୍ ହାଇ କରିଦେଇଛି… ସେ ଦଳ କଥାରେ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ୱରଙ୍କୁ ସମର୍ଥନ କରିବେ ନା ସ୍ୱାମୀଙ୍କ ଦଳ ଆଡକୁ ଢ଼ଲିବେ ..ଏହି ଚର୍ଚା ଏବେ ଜୋର ଧରିଛି।

କିନ୍ତୁ ଏପଟେ ବିଜେପି ଶିବିରରେ ଖୁସିର ଲହରି ଖେଳିଯାଇଛି .. କାରଣ ଠିକଣା ସମୟରେ ବିଜେଡିର ଜଣେ ଟାଣୁଆ ନେତାଙ୍କୁ ବିଜେପି ପାଇଯାଇଛି ..ବାଲେଶ୍ବର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ବି ଥିଲେ ରବୀନ୍ଦ୍ର ଜେନା..୨୦୧୪ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରେ ବାଲେଶ୍ବର ଲୋକସଭା ଆସନରୁ ଜିତିଥିଲେ…କିନ୍ତୁ ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏଣ୍ଚ୍ରି ପରେ ସେ କୋଣଠେସା ହୋଇଯାଇଥିଲେ ରବୀନ୍ଦ୍ର… ଏବେ ସୁଯୋଗ ପାଇଁ ନବୀନଙ୍କୁ ବଡ଼ ଝଟକା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *