FICCI Flo ଭୁବନେଶ୍ବର ସଂଗଠନ ପକ୍ଷରୁ ୱମେନ୍ ବ୍ରେନ୍ ହେଲଥ କର୍ମଶାଳା ଆୟୋଜିତ

DNK LIVE NEWS- ଆଜିର କର୍ମବହୁଳି ଜୀବନରେ ମହିଳାମାନେ ଘରର ଦାୟିତ୍ବଭାର ସହ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଅଧିକ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି । ତେବେ ମାନସିକ ସ୍ତରରେ ସେମାନେ କିପରି ନିଜକୁ ସୁସ୍ଥ ରଖିପାରିବେ, ମସ୍ତିକ ଜନିତ ରୋଗର ଲକ୍ଷଣ ଦେଖାଦେଲେ କେମିତି ଜାଣିବେ ସେନେଇ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଏକ କର୍ମଶାଳା ।

FICCI Flo ଭୁବନେଶ୍ବର ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବାସ୍ଥ୍ୟ କର୍ମଶାଳା । ଯେଉଁଥିରେ ରାଜ୍ୟର ଖାତନାମା ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ବିକାଶ କୁମାର ମିଶ୍ର ଉପସ୍ଥିତ କର୍ମଜୀବୀ ମହିଳା ଏବଂ ଡାକ୍ତର ମାନଙ୍କୁ ଅବଗତ କରାଇଥିଲେ । ମହିଳାମାନେ କାହିଁକି ଅଧିକ ସମ୍ବେଦନଶୀଳ, ଭାବପ୍ରବଣ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ହେଲେ ଜଣେ ମହିଳା କେମିତି ଜାଣିବେ । କେମିତି କରିବେ ଏହାର ନିରାକରଣ । ଉପଯୁକ୍ତ ସମୟରେ କଣ ରହିଛି ଏହାର ଚିକିତ୍ସା ପଦ୍ଧତ୍ତି । ଏହି ଉପରେ ଏକ ସ୍ବାସ୍ଥ୍ୟ କର୍ମଶାଳା ଭୁବନେଶ୍ବର ୟୁନିଟ-9 ସ୍ଥିତ ନ୍ୟୁରୋ କେୟାର ସେଣ୍ଟର ପରିସରରେ ଆୟୋଜିତ ହୋଇଯାଇଛି ।

ନ୍ୟୁରୋ କେୟାର ସେଣ୍ଟରର ପ୍ରତିଷ୍ଠାତା ତଥା ଓଡ଼ିଶାର ଖ୍ୟାତନାମା ନ୍ୟୁରୋ ସ୍ପେସାଲିଷ୍ଟ ଡାକ୍ତର ବିକାଶ କୁମାର ମିଶ୍ର ଉପସ୍ଥିତ ମହିଳା ତଥା ବିଭିନ୍ନ ବିଭାଗର ଡାକ୍ତରମାନଙ୍କୁ ବୁଝାଇଥିଲେ । FICCI Flo ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ଭିନ୍ନ ଭିନ୍ନ ବିଭାଗର ସ୍ବାସ୍ଥ୍ୟ ବିଶେଷଜ୍ଞ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *