DNK LIVE NEWS- ହାସ୍ୟାଭିନେତା ଆଶିଷ ଦାସ ଓରଫ ଗୁଲୁଆଙ୍କ ପାରିବାରିକ କଳି ଏବେ ପଦାରେ ପଡ଼ିଛି । ସୋସିଆଲ ମିଡିଆରେ ଗୁଲୁଆ ତାଙ୍କୁ ଧମକ ମିଳୁଥିବା ଭିଡ଼ିଓ ପୋଷ୍ଟ କଲା ପରେ ଖରବ ତୀବ୍ର ବେଗରେ ଛାଇ ଯାଇଥିଲା । ତାଙ୍କୁ ଧମକ ଦେଉଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀ ବର୍ଷା ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବର୍ଷା ।

ବର୍ଷାଙ୍କ ମନ୍ତବ୍ୟ ପରେ ଏହା ଏକ ପାରିବାରିକ ବିବାଦ ବୋଲି ସ୍ପଷ୍ଟ ହୋଇଛି । ଗୁଲୁଆଙ୍କର ପରକୀୟା ପ୍ରୀତି ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବର୍ଷା । ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ସେ କହିଛନ୍ତି । ବର୍ଷା ଅଭିଯୋଗ କରିଛନ୍ତି ଯେ, ଗୁଲୁଆଙ୍କୁ ତାଙ୍କ ବାପା ଘର, ଟଙ୍କା ଏବଂ ଗାଡ଼ି ଦେଇଛନ୍ତି । ବିବାହ ପରେ ତାଙ୍କୁ ଗୁଲୁଆ ଏବଂ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଇଛନ୍ତି । ମାଡ଼ ମାରିଛନ୍ତି । ନ୍ୟାୟ ପାଇଁ ସେ କୋର୍ଟକୁ ଯିବେ ଏବଂ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ ବୋଲି କହିଛନ୍ତି।