ମାର୍କେଟକୁ ଆସିଲା କ୍ବିଣ୍ଟାଲ କ୍ବିଣ୍ଟାଲ ଇଲିଶି, ଦର କମିବା ନେଇ ଆଶା ରଖିଛନ୍ତି ବେପାରୀ

ଲଘୁଚାପ ଜନିତ ପ୍ରଥମ ବର୍ଷାରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ। ଦୀଘା ମୋହନା ମାଛ ମାର୍କେଟରେ ଆଜି ପ୍ରବଳ ଇଲିସି ମାଛ ଦେଖିବା ପାଇଁ ମିଳିଛି।
ପଶ୍ଚିମବଙ୍ଗ ଦୀଘା ମୁହାଁଣ ମୋହନା ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି ବିକ୍ରି ହେଉଥିବାର ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିଛି। ତେବେ ଲଘୁଚାପ ଜନିତ ବର୍ଷାରେ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିସି ମତ୍ସଜୀବୀଙ୍କ ଜାଲରେ ଧରା ପଡିଛି।ଗତ କିଛି ବର୍ଷ ଧରି ମତ୍ସଜୀବୀଙ୍କ ଜାଲରେ ଆଶାନୁରୂପେ ଇଲିସି ସମୁଦ୍ରରେ ଧରା ଦେଉ ନଥିବାରୁ ଟ୍ରଲର ମାଲିକ ଓ ମତ୍ସଜୀବୀ ମାନେ ନିରାଶ ହୋଇଥିବା ବେଳେ ଚଳିତ ବର୍ଷାଋତୁ ଆରମ୍ଭରେ ପ୍ରଚୁର ଇଲିସି ଦେଖିବା ପାଇଁ ମିଳିଛି l

ହେ ଭଗବାନ, ଏତେ ସାରା ଇଲିଶି, ଦାମ କେତେ ଜାଣନ୍ତି ?

ବଙ୍ଗୋପସାଗରରେ ଚାଣ ଚାଣ ଇଲିସି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହେଉଛି ବୋଲି ମତ୍ସ୍ୟଜୀବି ମାନେ କହିଛନ୍ତି। l ଝିପି ଝିପି ବର୍ଷାରେ ଦୀଘା ଉପକୂଳରେ ପ୍ରଚୁର ଇଲିସି ଧରା ଦେବାରୁ ହାଟ ବଜାରରେ ଇଲିସି ଆମଦାନୀ ହେଉଛି l 200 ଗ୍ରାମର ଇଲିସି 400 ଶହ ଟଙ୍କା,୫ ଶହ ଗ୍ରାମ ଓଜନର ଇଲିସି ସାଢେ ୮ ଶହ ଓ ଏକ କେଜି ଓଜନର ଇଲିସି ୧୫ ଶହ ଟଙ୍କାରେ ବିକ୍ରି ହେଉଛି। ତେବେ ପ୍ରଥମ ବର୍ଷାରେ ଏତେ ମାତ୍ରାରେ ଇଲିସି ଧରା ପଡିବାରୁ ଆଗକୁ ପ୍ରଚୁର ଇଲିସି ପଡ଼ିବାର ସମ୍ଭାବନା ରହିଛି ବୋଲି ଦୀଘା ମତ୍ସଜୀବୀ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛିl ଅନ୍ୟ ଲୁଣି ମାଛ ଅପେକ୍ଷା ଇଲିସିର ସ୍ୱାଦ ଭିନ୍ନ ରୁଚି ହୋଇଥିବାରୁ ମାଛ ଖାଉଥିବା ଖାଉଟି ମାନଙ୍କର ଇଲିସି ପ୍ରତି ଦୁର୍ବଳତା ରହିଛି  l ସମୁଦ୍ରରେ ଇଲିସି ଆଶାନୁରୂପକ ମତ୍ସଜୀବୀଙ୍କ ଜାଲରେ ଧରା ପଡିଲେ ଓଡିଶା ଓ ପଶ୍ଚିମ ବଙ୍ଗ ହାଟ ବଜାରରେ ଇଲିସିର ଦାମ ଶସ୍ତା ହେବ ବୋଲି କୁହାଯାଉଛି..

Leave a Reply

Your email address will not be published. Required fields are marked *