DANDAKARANYA MEDIA (OPC) PRIVATE LTD.

ବନ୍ୟା ବିପନ୍ନଙ୍କ ପାଇଁ ଦିନ ରାତି ଏକ କରି ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ

Dnk Live News- ବାତ୍ୟା ‘ଅର୍ଣ୍ଣବ’ ଏବଂ ତା ପରବର୍ତ୍ତୀ ପ୍ରବଳ ବର୍ଷାରେ ବେହଲ ଗଜପତି ଜିଲ୍ଲା । ପ୍ରସ୍ତୁତି, ମୁକାବିଲା, ଉଦ୍ଧାର ଏବଂ ବିପନ୍ନ ଙ୍କ ପହଞ୍ଚିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାରି ଭିତରେ ନିଜ ସମର୍ପିତ ମନୋଭାବ ଓ କର୍ମ ପାଇଁ ପ୍ରଶଂସା ସାଉଁଟି ଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମହେନ୍ଦ୍ରତନୟା ନଦୀରେ ଆସିଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ମାଛମରା ନିକଟ ସିଂଙ୍ଗିପୁର ଗାଁରେ ବନ୍ୟା ପ୍ରଭାବିତ ଭାଇଭଉଣୀଙ୍କୁ ଭେଟି ସେମାନଙ୍କ ଦୁଃଖସୁଖ ବୁଝିଛନ୍ତି ।

ସେହିପରି ଗଣ୍ଡାହାତୀ ସରକାରୀ ଉଚ୍ଚ ବିଦ୍ୟାଳୟସ୍ଥିତ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କୁ ଭେଟି ସେମାନଙ୍କ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା-ଅସୁବିଧାର ତଦାରଖ କରିଛନ୍ତି । ଏଭଳି ବିପର୍ଯ୍ୟୟ ସମୟରେ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅଣ୍ଠୁଏ ପାଣିରେ ପଶି ପ୍ରତି ବିପନ୍ନଙ୍କ ପାଖରେ ପହଂଚିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Leave a Reply

Your email address will not be published. Required fields are marked *