DANDAKARANYA MEDIA (OPC) PRIVATE LTD.

ଆକ୍ସନ ମୋଡରେ ନୂଆ ଡିସିପି, ଆସୁ ଆସୁ ଇନକାଉଣ୍ଟର । ଅପରାଧୀ ଶ୍ରୀଧର ପଣ୍ଡା ଜଖମ ।

Dnk Live News- ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଅପରାଧୀକୁ ଗୁଳି । ଚନ୍ଦକା ପୋଲିସ ର ଇନକାଉଣ୍ଟର ରେ
ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଗୋଡ଼ରେ ବାଜିଲା ଗୁଳି। ୩୦୦ ସିସିଟିଭି ଏବଂ ୪୮ ଘଣ୍ଟାର ମେଗା ଅପରେସନ । ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବେହେରା ସାହିରେ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସର ମିଳିତ ଚଢ଼ାଉ ବେଳେ ଚନ୍ଦକା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା ଗୁରୁତର ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ନୟାପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଶ୍ରବଣା ବିବେକ ଏମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ଟି ଟିମ୍ ଗଠନ କରାଯାଇଥିଲା । ପ୍ରାୟ ୧୦୦ ପୋଲିସ କର୍ମଚାରୀଙ୍କୁ ନେଇ ୪୮ ଘଣ୍ଟାର ନନ-ଷ୍ଟପ୍ ଅପରେସନ୍ ଚାଲିଥିଲା । ସ୍ପେଶାଲ ସ୍କ୍ୱାଡ୍ ପ୍ରାୟ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ (Technical Data) ଆଧାରରେ ଅଭିଯୁକ୍ତ ଶ୍ରୀଧରକୁ ଚିହ୍ନଟ କରିଥିଲା । ରବିବାର ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚନ୍ଦକା ଥାନା ଅଞ୍ଚଳରେ ଘେରିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଶ୍ରୀଧର ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରିଥିଲା । ସେ ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ସବ୍-ଇନ୍ସପେକ୍ଟର (SI)ଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ କରିଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଟିମ୍ ପକ୍ଷରୁ ଦୁଇ ରାଉଣ୍ଡ ଜବାବୀ ଗୁଳି ଚାଳନା କରାଯାଇଥିଲା, ଯାହା ଅଭିଯୁକ୍ତର ଗୋଡ଼ରେ ବାଜିଥିଲା ।

ପୋଲିସ ସୂଚନା ଅନୁଯାୟୀ, ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା ବର୍ତ୍ତମାନ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଗ୍ରାମରେ ରହୁଥିଲା । ସେ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଖଣ୍ଡଗିରି ଏବଂ ତମାଣ୍ଡୋ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା । ସେ ସୁସ୍ଥ ହେବା ପରେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *