DNK Live NEWS- ବ୍ରହ୍ମପୁରରେ ଏନକାଉଣ୍ଟର । ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣାରେ ବ୍ରହ୍ମପୁର ପୋଲିସ ଏହି ଏନକାଉଣ୍ଟର କରିଛି ।
ଘ୍ଟଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କରିଛି ପୋଲିସ ।
ଗଞ୍ଜାମ ଜିଲ୍ଲା ଟାମଣା ରୋଡ଼ରେ ଟାଉନ ଥାନା ପୋଲିସ ଏହି ଏନକାଉଣ୍ଟର କରିଛି ।
ପୂର୍ବ ଶତ୍ରୁତାକୁ ନେଇ ମୁକେଶ ଗିରି ରୋଡ ର ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଜଣେ ଯୁବକ ଏବଂ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲେ । ଲୁହା ରଡ଼ ଏବଂ ଠେଙ୍ଗାରେ ନିର୍ଦ୍ଧୁମ ପିଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆହତ ଯୁବକଙ୍କ ମା ଙ୍କ ଅଭିଯୋଗ ପରେ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ମୁକେଶ କୁ ଖୋଜୁଥିଲା । ଗତକାଲି ରାତିରେ ହୋଇଛି ଏନକାଉଣ୍ଟର ।
ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି । ତାକୁ MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ସଂପୃକ୍ତ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।












Leave a Reply