DANDAKARANYA MEDIA (OPC) PRIVATE LTD.

ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଯାତ୍ରା କରିବେ ଶୁଭ୍ରାଂଶୁ

ପ୍ରଥମ ଭାରତୀୟ ଭାବେ ISC କୁ ଯିବେ ଶୁଭ୍ରାଂଶୁ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ଜୁନ 10 ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଲା । ରାକେଶ ଶର୍ମା ଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ କୁ ଯାତ୍ରା କରୁଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିବେ ll ଜୁନ ଭାରତୀୟ ସମୟ ଅପରାହ୍ଣ 5.45 ରେ ଆମେରିକାର ଆକ୍ସିୟମ-4 ଯାନରେ ଅନ୍ୟ 3 ସାଥୀଙ୍କ ସହ ଯାତ୍ରା କରିବେ । ଆମେରିକା ଏହି ଅଭିଯାନ କରୁଥିବା ବେଳେ 4 ଜଣଙ୍କ ମଧ୍ୟରେ ଶୁଭ୍ରାଂଶୁ ପ୍ରଥମ ତଥା ଏକମାତ୍ର ଭାରତୀୟ ।
ଶୁଭ୍ରାଂଶୁ ଜଣେ ପାଇଲଟ ଅଛନ୍ତି । ପୃଥିବୀଠାରୁ ଚାରି ଶହ କିଲୋମିଟର ଉଚ୍ଚରେ ମହାକାଶରେ ସେ 14 ଦିନ ରହି ବିଭିନ୍ନ ଗବେଷଣା କରିବେ । ତାଙ୍କର ଅନୁଭୂତି ଭାରତ ତିଆରି କରୁଥିବା ଗଗନୟାନ ପାଇଁ ଆବଶ୍ୟକ ହେବ ନିଶ୍ଚିତ ।  ମହାକାଶରେ ପ୍ରମୁଖ 8 ଟି ବିଷୟବସ୍ତୁ ଉପରେ ସେ ଗବେଷଣା କରିବେ ।

ଆଗାମୀ ସମୟରେ ଭାରତ ନିଜସ୍ଵ ଜ୍ଞାନ କୌଶଳରେ ଗଗନୟାନ ପ୍ରସ୍ତୁତ କରି ନିଜର ମହାକାଶଚାରୀ ଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ । ତେଣୁ ଶୁଭ୍ରାଂଶୁ ଶୁକ୍ଲାଙ୍କ ଅଭିଯାନ ଭାରତ ପାଇଁ ଲାଭ ଦାୟକ ହେବ ନିଶ୍ଚୟ ।

Leave a Reply

Your email address will not be published. Required fields are marked *