ପରଲୋକରେ ବଲିଉଡ୍ ର ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ୯୨ ବର୍ଷ ବୟସରେ ଦେହାନ୍ତ

DNK live NEWS- ପରଲୋକରେ ବଲିଉଡ୍ ର ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଗତକାଲି ହୃଦଘାତ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ସହିତ ଫୁସଫୁସ ସମସ୍ୟାରେ ମଧ୍ୟ ସେ ଚିକିତ୍ସିତ ହେଉଥିଲେ…ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ… ସେ ଜୀବନର ଶେଷ ଯୁଦ୍ଧରେ ହାରିଗଲେ । ଆଶାଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ..ଆସନ୍ତାକାଲି ତାଙ୍କର ଅପରାହ୍ନ ୪ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ..ବଲିଉଡରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ..୭୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଆଶା..

() ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଜଗତର ଶ୍ରେଷ୍ଠ ଏବଂ ଅତ୍ୟନ୍ତ ବହୁମୁଖୀ କଳାକାରଙ୍କ ମଧ୍ୟରୁ ଜଣେ ..୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ସହିତ ହଜାର ହଜାର ଗୀତ ବିଭିନ୍ନ ଭାଷାରେ ଗାଇଥିଲେ…ହିନ୍ଦୀ, ଓଡ଼ିଆ, ବଙ୍ଗାଳୀ, ମରାଠୀ ସହ ଅନେକ ଭାଷାରେ ତାଙ୍କର ସ୍ୱର ମନକୁ ଛୁଇଁଥିଲା…ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେବା ସତ୍ତ୍ୱେ, ଆଶା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ.. ସେ ତାଙ୍କର ସ୍ୱତନ୍ତ୍ର କଣ୍ଠସ୍ୱର ଏବଂ ଗାଇବାର ଅନନ୍ୟ ଶୈଳୀ ପାଇଁ ପରିଚିତ.. ସେ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି ।

() ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରମାନଙ୍କ ମଧ୍ୟରୁ ଜଣେ.. ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି … ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ.. ଆଶା ଭୋସଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଛାୟା…ବଲିଉଡ ଠାରୁ ଆରମ୍ଭ କରି ରାଜନୀତିକ ନେତାମାନେ… ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

Leave a Reply

Your email address will not be published. Required fields are marked *