ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁଜୁରାଟର ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାଜ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ AI-171 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ-ଲଣ୍ଡନ ଗାଟୱିକ୍ ଯାତ୍ରା କରୁଥିଲା ବିମାନ AI-171 ।
ଅହମ୍ମଦାବାଦରୁ ୧୩.୩୮ ଘଣ୍ଟାରେ ଉଡ଼ାଣ ଭରିଥିବା ଏହି ବିମାନଟି ବୋଇଂ ୭୮୭-୮ ବିମାନରେ ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୯୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ତିନୋଟି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଦଳକୁ ଗାନ୍ଧୀନଗରରୁ ବିମାନ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଭଦୋଦରାରୁ ଆହୁରି ତିନୋଟି ଦଳକୁ ପଠାଯାଉଥିବା NDRF ସୂଚନା ଦେଇଛି ।
