ଇରାନ ଇସ୍ରାଏଲ ଯୁଦ୍ଧ ହେଲେ କାହାର ହେବ ବେଶି କ୍ଷତି

ଇସ୍ରାଏଲ ଓ ଇରାନ ମଧ୍ୟରେ ଜୋରଦାର ହୋଇଛି ଯୁଦ୍ଧ। ଇସ୍ରାଏଲର ତେଲ ଅବୀବ ଓ ଇରାନର ତେହେରାନ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଜୀବନ ଯାଇଥିବା ବେଳେ ମାଟିରେ ମିଶିଛି ବହୁତଳ କୋଠା l ବିଶେଷକରି ଇସ୍ରାଏଲର ବନ୍ଧୁ ଆମେରିକାର ହସ୍ତକ୍ଷେପ, ଆମେରିକୀୟ ବେସ୍ ଉପରେ ଇରାନର ହମଲା ଓ ଇରାନରେ ଶାସନ ପରିବର୍ତ୍ତନ ପରି ଘଟଣା ହେଲେ, ପୂରା କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଛି  l


ବଢୁଛି ଇରାନ ଇସ୍ରାଏଲ ଯୁଦ୍ଧ ଆଶଙ୍କା

ଇରାନ୍-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ବଡ଼ ବିନାଶକୁ ଡାକିପାରେ। ଏପର୍ଯ୍ୟନ୍ତ ଆମେରିକା କେବଳ ଇସ୍ରାଏଲକୁ ଇରାନର ମିସାଇଲ୍ ଆକ୍ରମଣରୁ ରକ୍ଷା କରିବାକୁ ସହଯୋଗ କରୁଛି। ତେବେ ଆମେରିକାର ସମର୍ଥନ ଇସ୍ରାଏଲକୁ ଉତ୍ସାହିତ କରୁଥିବା ଇରାନ କହୁଛି। ଆଉ ସେଥିପାଇଁ ଇରାକ ଓ ଅନ୍ୟ ଆରବ ଦେଶରେ ଆମେରିକାର ସେନା ବେସ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ। ତେବେ କୌଣସି ଆମେରିକା ନାଗରିକ କିମ୍ବା ସୈନିକଙ୍କ ମୃତ୍ୟୁ ହେଲେ ଯୁଦ୍ଧରେ ଏଣ୍ଟ୍ରି ମାରିପାରନ୍ତି ଟ୍ରମ୍ପ। ତେବେ ଆମେରିକା ସାମିଲ ହେଲେ ବଡ଼ ବିନାଶ ଆଶଙ୍କା ରହିଛି।

ଗଲଫ ଦେଶ ଉପରେ ହମଲା

ଇସ୍ରାଏଲର ଅଧିକ କ୍ଷତି କରିନପାରିଲେ ଇରାନ୍ ଅନ୍ୟ କିଛି ଗଲଫ ଦେଶକୁ ନିଶାନା କରିପାରେ। ଇସ୍ରାଏଲ୍ ତଥା ଆମେରିକାକୁ ସହଯୋଗ କରୁଥିବା ଦେଶ ଉପରେ ହମଲା କରିପାରେ ଇରାନ। ସେସବୁ ଦେଶର ଶକ୍ତି ଓ ଭିତ୍ତିଭୂମିକୁ ଟାର୍ଗେଟ୍ କରିପାରେ। ଏମିତି ହେଲେ ପୂରା କ୍ଷେତ୍ର ଯୁଦ୍ଧକ୍ଷେତ୍ର ପାଲଟିବ ଓ ବିନାଶର ପରିସର ଅନେକ ଗୁଣା ବଢିଯିବ।

Leave a Reply

Your email address will not be published. Required fields are marked *