ଆଜିଠୁ ବାହୁଡ଼ା ନୀତି ପାଇଁ ହେବ ପ୍ରସ୍ତୁତି, ତିନି ରଥ ନେବେ ଦକ୍ଷିଣ ମୋଡ଼।

ଆଜିଠୁ ବାହୁଡ଼ା ପ୍ରସ୍ତୁତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କର ଲୀଳା ଖେଳା । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଯାତ୍ରାର ଷଷ୍ଠ ଦିନରେ (ଆଜି) ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳି ସହ ତିନି ରଥକୁ ଆଜ୍ଞାମାଳ ଆଣି ପ୍ରଦାନ କରିବେ। ଏହାପରେ ଦକ୍ଷିଣ ମୋଡ ଆରମ୍ଭ ହେବ। ଶ୍ରୀମନ୍ଦିରର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀବୃନ୍ଦ ଦକ୍ଷିଣମୋଡ଼ କରାଇବେ।

ବୁଧବାର ଭୋର ୪ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ୫ଟାରେ ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ହୋଇ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନର ସୁଯୋଗ ମିଳିବ। ସକାଳ ଧୂପ ପୂର୍ବାହ୍‌ଣ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ସମ୍ପନ୍ନ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ। ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ କରାଯିବ । ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ଵାରକୁ ଅଣାଯିବ।

Leave a Reply

Your email address will not be published. Required fields are marked *