DANDAKARANYA MEDIA (OPC) PRIVATE LTD.

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ନେବେ ଅନ୍ତରୀଣ ଡିଜିପି ଦାୟିତ୍ଵ, ଅଗଷ୍ଟ ୧୬ରୁ ଅତିରିକ୍ତ ଦାୟିତ୍ଵ

Dnk Live News- ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର । ରାଜ୍ୟ ସରକାର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅନ୍ତରୀଣ ଡିଜିପି ଦାୟିତ୍ୱ ଦେଇଛନ୍ତି । ଅଗଷ୍ଟ ୧୬ ପରେ ସେ ଅନ୍ତରୀୟ ଡିଜିପି ଦାୟିତ୍ୱ ତୁଲାଇବେ ।

ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ, ବିନୟ‌ତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ। ସେ ରାଜ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ନିଜର ଦକ୍ଷତା ଦେଖାଇଛନ୍ତି। ଅତୀତରେ ରାଜ୍ୟ ସରକାର ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ।

Leave a Reply

Your email address will not be published. Required fields are marked *