DANDAKARANYA MEDIA (OPC) PRIVATE LTD.

ଏଥର ସ୍ଵାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

Dnk live News- ଦେଶ ପଳିବାକୁ ଯାଉଛି ୮୦ ତମ ସ୍ବାଧିନତା ଦିବସ ।ଏଥର ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ।

କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ସମାରୋହରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଯଥାକ୍ରମେ କଳାହାଣ୍ଡି ଏବଂ ସୁନ୍ଦରଗଡ଼ରେ ପତାକା ଉତ୍ତୋଳନ କରିବେ। ସେହିପରି ଅନ୍ୟ ଜିଲ୍ଲାରେ ପତାକା ଉତ୍ତୋଳନ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

80th independent Day celebration

କଟକରେ ସୁରେଶ ପୂଜାରୀ, ଅନୁଗୋଳରେ ରବି ନାରାୟଣ ନାୟକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣ ଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ବୀରାଜ ହରିଚନ୍ଦନ, ରାୟଗଡ଼ାରେ ମୁକେଶ ମହାଲିଙ୍ଗ, କନ୍ଧମାଳରେ ବିଭୂତି ଭୂଷଣ ଜେନା ଏବଂ ଖୋର୍ଦ୍ଧାରେ କୃଷ୍ଣ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପୁରୀରେ ଗଣେଶ ରାମ ସିଂହ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜଙ୍କୁ ବଲାଙ୍ଗୀର, ପ୍ରଦୀପ ବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଯଥାକ୍ରମେ , ଗଜପତି ଏବଂ କୋରାପୁଟ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *