Dnk live News- ଅକଭାନକୁ ନେଇ ବିଜୁ ଜନତା ଦଳ ସଜାଗ । ବାତ୍ୟା ମୁକାବିଲା ସହ ଜନସାଧାରଣଙ୍କୁ ସହାୟତା,ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୭ଟି ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବାତ୍ୟା ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବେ ଏହି ନେତାମାନେ।

ଦାୟିତ୍ୱ ଅନୁସାରେ ଗଞ୍ଜାମ ଜିଲ୍ଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଗଜପତି ପାଇଁ ନିରଞ୍ଜନ ପୂଜାରୀ, ପୁରୀ ପାଇଁ ଦେବୀ ପ୍ରସାଦ ମିଶ୍ର ଏବଂ କନ୍ଧମାଳ ପାଇଁ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ ଏବଂ ବାଲେଶ୍ୱର ପାଇଁ ସୁଦାମ ମାର୍ଣ୍ଡିଙ୍କୁ ଦାୟିତ୍ୱ ଦେଇଛି
ଅନ୍ୟପଟେ ଗତକାଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗଣମାଧ୍ୟମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ମୁଁ ଗଭୀର ଚିନ୍ତିତ ଯେ ଓଡିଶା ଉପକୂଳ ରେ ଆଉ ଗୋଟିଏ ବାତ୍ୟା ଆକଭାନର ଲ୍ୟାଣ୍ଡଫଲ୍ ହେବାର ଆଶଙ୍କା ଦେଖାଦେଇଛି। ଏ ବାତ୍ୟା ଦ୍ୱାରା ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି ।













Leave a Reply