କୋଲକତା: ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ବେସରକାରି ମେଡିକାଲ୍ କଲେଜରେ ପଢ଼ୁଥିବା ଓଡିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗ୍ୟାଙ୍ଗ ରେପ୍ ଘଟଣା ପରେ, ମମତା ଝିଅମାନଙ୍କୁ ନିଜ ସୁରକ୍ଷା ବିଷୟରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଝିଅମାନଙ୍କୁ ରାତିରେ ହୋଷ୍ଟେଲ୍ରୁ ବାହାରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି । ତାଙ୍କ କଥା ଅନୁସାରେ, ସମସ୍ତଙ୍କୁ ନିଜ ସୁରକ୍ଷା ପ୍ରତି ସତର୍କ ରହିବା ଉଚିତ୍ ।

ଏହି ଘଟଣାରେ ତାଙ୍କ ସରକାର ଗୁରୁତ୍ବର ସହ ନେଇଛନ୍ତି । ତଦନ୍ତକାରୀ ଟିମ୍ ତଦନ୍ତ ଚଳାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ରବିବାର ଉତ୍ତର ବଙ୍ଗ ଯିବା ପୂର୍ବରୁ, ସେ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ କହିଥିଲେ, “ବେସରକାରି ମେଡିକାଲ୍ କଲେଜର ସୁରକ୍ଷା ପାଇଁ ଦାୟୀ କିଏ? ସେ ମଧ୍ୟରାତ୍ରିରେ କିପରି ବାହାରିଥିଲେ?” ତଥାପି, ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ମୁଖ୍ୟମନ୍ତ୍ରୀ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ଆଉ କହିଥିଲେ, “ଝିଅଟି ଜଣେ ବେସରକାରି ମେଡିକାଲ୍ କଲେଜର ଛାତ୍ରୀ । ତିନି ସପ୍ତାହ ଆଗରୁ ଓଡିଶାର ଜଣେ ସମୁଦ୍ର ତଟରେ ତିନିଟି ଝିଅଙ୍କ ସହ ବଳାତ୍କାର ହୋଇଥିଲା । ଓଡିଶା ସରକାର ଏହା ଉପରେ କଣ କାର୍ଯ୍ୟ କରିଛି ? ବେସରକାରି ମେଡିକାଲ୍ କଲେଜ ପାଇଁ ଦାୟୀ କିଏ ? ଏହି ମାମଲା ବିଷୟରେ ପୋଲିସ ଅଧିକ ଭଲଭାବରେ କହିପାରିବ।”