DNK LIVE NEWS- ଜାନୁଆରୀ ୬ ଯାଏଁ ଓଡ଼ିଶାର କିଛି ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।ପାଣିପାଗ ସଂସ୍ଥା ଅରେଞ୍ଜ ଏବଂ ୟୋଲୋ ୱାର୍ଣ୍ଣିଂ ଜାରି କରିଛି। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାନୁଆରୀ ୨ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିପାରେ । କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରେ ମଧ୍ୟ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି।
ସେହିପରି ଝାରସୁଗୁଡା, ଦେଓଗଡ, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ହୋଇପାରେ । ଜାନୁଆରୀ ୩ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ପାଇଁ ଅତ୍ୟଧିକ ଘନ କୁହୁଡି ଚେତାବନୀ ଜାରି ରହିଛି | ପୁରୀ, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଦେଇପାରେ।