DNK LIVE NEWS- କିଛି ଭାଷା ନାହିଁ କହିବାକୁ । ସାହସ ନାହିଁ ଶବ୍ଦ ରେ ଶବ୍ଦ ଯୋଡ଼ିବାକୁ । ଗରିବିର ସୀମାରେଖା ଆଜି କଉଠୀ, ଏ ଚିତ୍ର ହିଁ ବୟାନ କରୁଛି । ଓଡ଼ିଶାରେ ସାମାଜିକ ବିକାଶର ବାସ୍ତବତା ଆଜି ପଦାରେ ପଡ଼ିଛି । ଦାନ ମାଝୀର ପୀଡ଼ା ଠୁ ଏହା କେତେ ଯେ ଅଧିକ, ତାହା କେବଳ ଅନୁଭବ ହିଁ କରିହେବ । ଖାଲି ମିଛ ବାହାସ୍ଫୋଟରେ ବଞ୍ଚୁଛନ୍ତି ଆମେ ।ସହରର ଚାକଚକ୍ୟତା ଦେଖି ଆମେ ନିଜଜୁ ଗର୍ବ କରୁଛେ l ହେଲେ ଗ୍ରାମାଞ୍ଚଳର ଏ ଚିତ୍ର ବିକଳ ଓଡ଼ିଶାର ବାସ୍ତବ ସ୍ଥିତିକୁ ବଖାଣୁଛି । ଏ ବ୍ୟବସ୍ଥାକୁ ଯେତେ କହିଲେ ବି କମ ହେବ। କେବଳ ଗୋଟିଏ ମାତ୍ର ଏହାର ସମଧାନ ଶିକ୍ଷା ।ଏ ସମାଜ ଆମକୁ ଗରିବୀ ଆଡ଼କୁ ଟାଣି ନେଉଛି।କାରଣ ଆମେ ରାଜନୀତି ପଶାପାଲିର ଗୋଟି ଚାଳନାରେ ସବୁବେଳେ ସୁବିଧା ଖୋଜୁ, ମାଗଣା ଖୋଜୁ । କେବେ ଶିକ୍ଷାକୁ ଖୋଜୁନା । ଯେଉଁଥିପାଇଁ ଏ ସମାଜର କିଛି ବଡ଼ ପଣ୍ଡାମାନେ ଆମକୁ ଲୁଟିବାକୁ ସାହସ କରନ୍ତି ।

ଯେଉଁଠି କିଛି ଟା ଟଙ୍କା ପାଇଁ ଶବ ବି ମାଟି ତଳୁ ଖୋଳା ହେଉଛି । ଆଜି ମୁଁ ଏତିକି କହିବି ଲୋକଙ୍କୁ ଶିକ୍ଷା ଦିଅ ମାଗଣା ସେବା ନୁହେଁ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା । ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ । ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି । ଜିତୁ ବହୁତ ଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ । ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନ ଆସିଲେ ହେବନି । ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ । ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି l ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ ।
ଦାନ ମାଝୀ ଘଟଣା ଓଡ଼ିଶାର ବିକଳ ସ୍ଥିତିକୁ ବିଶ୍ଵ ଦରବାରରେ ପହଞ୍ଚାଇଥି ଲା। ହେଲେ ଜିତୁ ମୁଣ୍ଡାଙ୍କ ଖବର ଆମ ବିକାଶ, ଆମ ସମୃଦ୍ଧି ଆଉ ସାମାଜିକ ବିଧି ବ୍ୟବସ୍ଥାକୁ ବିଦିର୍ଣ୍ଣ କରିଦେଇଛି । ଖାଲି ଏତିକି କହିପାରିବା, ଆମ ଓଡ଼ିଶାରେ ଶବକୁ ତ ସମ୍ମାନ ମିଲେନି, ହେଲେ ମୃତ୍ୟୁ ପରେ ବି ଶବ ଶାନ୍ତିରେ ଶୋଇ ପାରୁନି, ତାହା ସ୍ପଷ୍ଟ ହୋଇଯାଇଛି ।
ଆମ ବିକାଶ ବିକାରଗ୍ରସ୍ତ ହୋଇଯାଇନି ତ ? ଛି..ଛି… ଆମ ବିକାଶ କେଉଁ ସ୍ତରରେ ପହଞ୍ଚିଛି…?














Leave a Reply