DANDAKARANYA MEDIA (OPC) PRIVATE LTD.

ଆମେରିକା ଆକାଶରେ ଏୟାର ଶୋ ବେଳେ ଦୁଇ ବିମାନ ଧକ୍କା, ଆଉ ତାପରେ

DNK LIVE NEWS- ଚାଲିଥିଲା ରୋମାଞ୍ଚକର ଏୟାର ଶୋ’। ଦର୍ଶକମାନେ ଚାତକ ଭଳି ଯୁଦ୍ଧ ବିମାନ ଗୁଡ଼ିକର କୌଶଳ ଦେଖୁଥିଲେ। କିନ୍ତୁ ହଠାତ୍ ଘଟିଗଲା ଅଘଟଣ। ଆମେରିକାର ଆଇଡାହୋ (Idaho) ରାଜ୍ୟରେ ଥିବା ମାଉଣ୍ଟେନ ହୋମ୍ଆ ଏୟାରବେଶ୍ ରେ ଆୟୋଜିତ ଏକ ଏୟାର ଶୋ’ ଚାଲିଥିବା ବେଳେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G Growler ଯୁଦ୍ଧବିମାନ ପରସ୍ପର ସହ ଧକ୍କା ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ଜୀବନ ହାନି ଘଟିନାହିଁ ଏବଂ ପାଇଲଟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଦୁଇ ବିମନ ପିଟି ହେବାର ଦୃଶ୍ୟ

ସୂଚନା ଅନୁଯାୟୀ, ଆଇଡାହୋର ବୋଇସ୍ ଠାରେ ‘ଗୋୱେନ ଥଣ୍ଡର ଓପନ୍ ହାଉସ୍ ଆଣ୍ଡ ଏୟାର ଶୋ’ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଆମେରିକୀୟ ନୌସେନାର ଇଲେକ୍ଟ୍ରୋନିକ୍ ଆଟାକ୍ ସ୍କ୍ୱାଡ୍ରନ୍ ବିମାନଗୁଡ଼ିକ ଅଂଶଗ୍ରହଣ କରି ନିଜର ଆକାଶ ବାଜି ଦେଖାଉଥିଲେ। ଶନିବାର ଅପରାହ୍ନରେ ଯେତେବେଳେ ଦୁଇଟି EA-18G Growler ଯୁଦ୍ଧବିମାନ ଆକାଶରେ ଜଟିଳ ମ୍ୟାନୁଭର କିମ୍ବା ଫର୍ମେସନ୍ କରୁଥିଲ । ସେହି ସମୟରେ କୌଣସି କାରଣରୁ ଗୋଟିଏ ବିମାନ ଅନ୍ୟ ବିମାନ ସହ ଘସି ହୋଇଯାଇଥିଲା। ଏହା ଏକ ‘ମିଡ୍-ଏୟାର କଲିଜନ୍’ ଥିଲା, ଯାହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇ ପାରିଥାନ୍ତା।

ଧକ୍କା ହେବାରୁ ଜଳି ଗଲା ଦୁଇ ବିମାନ

ଧକ୍କା ହେବା ପରେ ମଧ୍ୟ ଉଭୟ ବିମାନର ପାଇଲଟ୍ ଅସାଧାରଣ ଧୈର୍ଯ୍ୟ ଏବଂ ନିପୁଣତାର ପରିଚୟ ଦେଇଥିଲେ। ବିମାନ ଦୁଇଟି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହରାଇନଥିଲେ। ପାଇଲଟମାନେ ସଫଳତାର ସହ ବିମାନଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇବାରେ ସକ୍ଷମ ହେବା ସହ ପାରାଚ୍ୟୁଟ ମାଧ୍ୟମରେ ଅବତରଣ କରି ନିଜର ଜୀବନ ବଞ୍ଚାଇ ଥିଲେ ।

ମାଉଣ୍ଟେନ୍ ହୋମ୍ ଏୟାର ବେସ ରେ ଚାଲିଥିଲା ଏୟାର ଶୋ

Leave a Reply

Your email address will not be published. Required fields are marked *