DANDAKARANYA MEDIA (OPC) PRIVATE LTD.

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ଏଥର ପୁଣି ଛାତ୍ରୀ ଆଗରେ, ସବୁ ବିଭାଗରେ କମାଲ କଲେ

Dnk live NEWS- ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫଳ। ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟ ୩ଟି ଯାକ ବିଭାଗର ରେଜଲ୍ଟ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷ ପୁଣି ଝିଅମାନଙ୍କର ଅଦ୍ଭୁତ ପୂର୍ବ ଦବଦବା ରହିଛି। ସବୁ ବିଭାଗରେ କମାଲ କରିଛନ୍ତି ଛାତ୍ରୀ । ଛାତ୍ରମାନଙ୍କୁ ବହୁ ପଛରେ ପକାଇ ପ୍ରତିଟି ଷ୍ଟ୍ରିମ୍‌ରେ ଛାତ୍ରୀମାନେ ନିଜର ଏକଚାଟିଆ ଆଧିପତ୍ୟ ଜାହିର କରିଛନ୍ତି।

ବିଭାଗୱାରୀ ଫଳାଫଳ କଥା ବିଚାରକୁ ନେଲେ, ଚଳିତ ଥର ବିଜ୍ଞାନ ଛାତ୍ରଛାତ୍ରୀମାନେ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏହି ବିଭାଗରେ ମୋଟ ପାସ୍ ହାର ସର୍ବାଧିକ ୮୬.୯୩% ରହିଛି। ସେହିପରି ବାଣିଜ୍ୟରେ ୮୨.୨୭% ଏବଂ କଳା ବିଭାଗରେ ମୋଟ ୮୦.୯୫% ପିଲା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସବୁ ବିଭାଗରେ କେବଳ ଝିଅ ହିଁ ଝିଅ ଆଗରେ ଅଛନ୍ତି। ପ୍ରଥମେ ବିଜ୍ଞାନ ରେଜଲ୍ଟ ଦେଖନ୍ତୁ। ଏଥିରେ ୮୬.୨୧% ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୮୭.୭୪%। ଅର୍ଥାତ୍ ଏଠାରେ ବି ଝିଅ ଆଗରେ। ବାଣିଜ୍ୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ଏହି ବିଭାଗରେ ୮୫.୫୫% ଛାତ୍ରୀ ସଫଳ ହୋଇଥିବା ବେଳେ ଛାତ୍ରଙ୍କ ପାସ୍ ହାର ମାତ୍ର ୮୦.୪୦% ରେ ଅଟକି ଯାଇଛି। ଆଉ କଳା ବିଭାଗ କଥା ତ ନକହିବା ଭଲ। ଏଠାରେ ପୁଅଙ୍କ (୭୨.୬୮%) ତୁଳନାରେ ଝିଅମାନେ (୮୭.୫୬%) ବହୁତ ଆଗରେ ରହି ଏକ ବଡ଼ ଧରଣର ବ୍ୟବଧାନ ସୃଷ୍ଟି କରିଛନ୍ତି।

ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶିତ

ରାଜ୍ୟ ସରକାରଙ୍କ ଅଫିସିଆଲ୍ ପୋର୍ଟାଲ orissaresults.nic.in ଏବଂ chseodisha.nic.in ମାଧ୍ୟମରେ ନିଜ ନିଜର ମାର୍କସିଟ୍ ଦେଖିପାରୁଛନ୍ତି ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *