DANDAKARANYA MEDIA (OPC) PRIVATE LTD.

ଏକା ଥରକେ ମିଳିବ ୩ ମାସର ଭତ୍ତା, ଘୋଷଣା କଲେ ଉପ ମୂଖ୍ୟମନ୍ତ୍ରୀ

DNK LIVE NEWS- ବକେୟା ଭତ୍ତାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ ବୟାନ । ବରିଷ୍ଠ ନାଗରିକ ତଥା ଅସହାୟ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧୁବାବୁ ପେନସନ ଯୋଜନାରେ ବାକି ଥିବା ଭତ୍ତା ସଫ୍ଟୱେର୍ ଅପଗ୍ରେଡେସନ କାର୍ଯ୍ୟ ଶେଷ ହେବା ପରେ ହିତାଧିକାରୀଙ୍କୁ ଏକାସଙ୍ଗେ ୩ ମାସର ପ୍ରଦାନ କରାଯିବ। ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଯେପରିକି ଚାନ୍ଦିପୁର, ପଞ୍ଚଲିଙ୍ଗେଶ୍ୱର, ରେମୁଣା ଏବଂ ଇଞ୍ଚୁଡ଼ିର ସାମଗ୍ରିକ ବିକାଶ ପାଇଁ ନୂତନ ‘ହୋମଷ୍ଟେ ପଲିସି’ ଏବଂ ପର୍ଯ୍ୟଟନ ନୀତି ଆପଣାଯାଉଛି।

ବାଲେଶ୍ୱର ଗସ୍ତରେ ଆସି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ମହିଳା ସଶକ୍ତୀକରଣ ଏବଂ କୃଷକ କଲ୍ୟାଣ ଦିଗରେ ଭାରତ ତଥା ଓଡ଼ିଶା ନୂଆ ମାଇଲଖୁଣ୍ଟ ସ୍ଥାପନ କରୁଥିବା ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *