Dnk live – ପୁରୀ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡରେ ଥିବା ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଦିନରାତି ଖୋଲା ରହିବ । ସେହିପରି ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ବଡଦାଣ୍ଡ ଉଭୟ ପାର୍ଶ୍ଵରେ କାର୍ଯ୍ୟକ୍ଷମ ହେବ ଯାହା ଦ୍ଵାରା ଭିଡ ମଧ୍ୟରେ ରୋଗୀ ଜରୁରୀ ଚିକିତ୍ସା ପାଇପାରିବେ ।

ପୁରୀ ରଥଯାତ୍ରାର ଫାଇଲ ଫଟୋ
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୧୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର କେନ୍ଦ୍ର, ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଏବଂ ଗୋଟିଏ ଅସ୍ତ୍ରୋପୋଚାର କକ୍ଷର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବନିର୍ମିତ କୋଠାରେ ୧୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ















Leave a Reply