DANDAKARANYA MEDIA (OPC) PRIVATE LTD.

ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକ

Dnk Live NEWS- ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ସୁଶାନ୍ତ ସିଂହଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଗୁରୁତର ଅସୁସ୍ଥତା ସହ ଲଢ଼େଇ କରୁଥିବା ସୁଶାନ୍ତ ସିଂହ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ, କିଛି ସମୟ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନିରନ୍ତର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ତେବେ ଆଜି ସକାଳେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇପଡ଼ିଥିଲା। ଡାକ୍ତରୀ ଟିମଙ୍କ ଅତ୍ୟାଧୁନିକ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା। ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ।

ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ତଥା ପ୍ରଭାବଶାଳୀ ନେତା ଭାବେ ସୁଶାନ୍ତ ସିଂହଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ନିର୍ବାଚନ ମଣ୍ଡଳୀରୁ ସେ ଏକାଧିକ ବାର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ସାଧାରଣ ଲୋକଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ଏବଂ ସାଂଗଠନିକ ଦକ୍ଷତା ଯୋଗୁଁ ସେ ନିଜ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ଶ୍ରମ ମନ୍ତ୍ରୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।

ତାଙ୍କର ଏହି ଅକାଳ ବିୟୋଗ ଖବର ସାରା ରାଜ୍ୟରେ, ବିଶେଷ କରି ବରଗଡ଼ ଜିଲ୍ଲା ଏବଂ ବିଜେଡି ଶିବିରରେ ଶୋକର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *