Dnk Live News- ଆସନ୍ତା ୧୬ତାରିଖରେ ଅବସର ନେଉଛନ୍ତି ପୋଲିସ ଡିଜି ଓ୍ବାଇ ବି ଖୁରାନିଆ। ତେଣୁ ନୂଆ ଡିଜି କିଏ ହେବେ ସେ ନେଇ ଉତ୍ସୁକତା ଓ ଉତ୍କଣ୍ଠା ଲାଗି ରହିଛି । ରାଜ୍ୟ ସରକାର ପ୍ରାୟ ୧୦ ଜଣ ଆଇ ପି ଏସ୍ ଅଫିସରଙ୍କ ନାଁ ୟୁନିୟନ ପବ୍ଲିକ ସର୍ଭିସ କମିଶନକୁ ସୁପାରିଶ କରିଥିଲେ।ନିୟମ ଅନୁସାରେ ୟୁ ପି ଏସ୍ ସି ଏମାନଙ୍କ ମଧ୍ୟରୁ ତିନି ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ଦେବେ। ସେହି ତିନିଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଡିଜି ନିଯୁକ୍ତ କରିଵା ପାଇଁ ନିଷ୍ପତ୍ତି ନେବେ।
ସମ୍ଭାବିତ ତାଲିକାରେ ଏବେକାର ଅଗ୍ନିଶମ ବିଭାଗ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଓ ବରିଷ୍ଠ ଆଇ ପି ଏସ୍ ସୁଶାନ୍ତ ନାଥଙ୍କ ନାଁ ପ୍ରାୟତଃ ଚର୍ଚ୍ଚାରେ ଥିଲା। ସଂଜୀବ ପଣ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା। ତେବେ ତିନି ଜଣଙ୍କ ନାଁ ସୁପାରିଶ ପାଇଁ ଗତ ୭ତାରିଖରେ ଦିଲ୍ଲୀରେ ବସିଥିବା ୟୁ ପି ଏସ୍ ସି ବୈଠକରେ କୌଣସି ସହମତି ହୋଇ ପାରିନଥିଲା।

ଗତ ୧୦ତାରିଖରେ ରାଜ୍ୟ ସରକାର ଦୁଇ ଜଣ ଏଡିଜି ପାହ୍ୟାର ଆଇ ପି ଏସ୍ ଅଫିସର ସଂଜୀବ ପଣ୍ଡା ଓ ୟଶଓ୍ବନ୍ତ ଜେଠୁଆଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତେଣୁ ସୁଧାଂଶୁ ଷଡଙ୍ଗୀ କିମ୍ବା ସୁଶାନ୍ତ ନାଥ ପରଵର୍ତ୍ତି ଡିଜି ହେବେ ,ନାଁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ଦୁଇ ଆଇ ପି ଏସ୍ ଅଫିସରଙ୍କ ମଧ୍ୟରୁ କେହି ଡିଜି ହେବେ ସେ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଜୋର୍ ଧରିଛି। ସେପଟେ ଏକଥା କିନ୍ତୁ ସ୍ପଷ୍ଟ ହୋଇଯାଇଛି ଯେ,ଡିଜି ନିଯୁକ୍ତିକୁ ନେଇ ମଧ୍ୟ ସରକାର ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ଭିତରେ ସହମତି ନଥିବା ସୂଚନା ମିଳିଛି । ବିଭିନ୍ନ ଗୋଷ୍ଠୀ ନିଜ ନିଜ ସୁବିଧା ଅନୁସାରେ ଲଵି କରୁଛନ୍ତି। ଏଭଳି ଲଵି ଓ ଟଣାଓଟରା ଭିତରେ ପ୍ରକୃତ ଯୋଗ୍ୟ ଆଇ ପି ଏସ୍ ଅଫିସର ଵଳି ପଡିଵା ଅନୁଚିତ।

ଜସୱନ୍ତ ଜେଠୱା















Leave a Reply