ପୁରୀ ଜିଲ୍ଲା ଗୋପ ବ୍ଲକ୍ର ଡ଼ଭାର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଶଙ୍ଖତିରା ଠାରୁ ଡ଼ଭାର ପର୍ଯ୍ୟନ୍ତ ୪ କିଲୋମିଟର ପିଚୁ ରାସ୍ତାକୁ ଧନୁଆଁ ବନ୍ୟାପାଣି ବ୍ୟାପକ କ୍ଷତି ପହଞ୍ଚାଇଛି । ଧନୁଆଁ ନଦୀର ପ୍ରଖର ସ୍ରୋତରେ ଏହି ନବ ନିର୍ମିତ ୪ କି.ମି. ରାସ୍ତାରୁ ଦୁଇଟି ସ୍ଥାନରେ ୩୦ ମିଟର ରାସ୍ତା ବନ୍ୟାପାଣି ପ୍ରଭାବରେ ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଛି। ଫଳରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଶଙ୍ଖତିରା ଠାରୁ ଡ଼ଭାର ଉନ୍ନତୀକରଣ ରାସ୍ତା ଶେଷ ହେବା ପରେ ଏହା ଉପରେ ୧୦ ଖଣ୍ଡ ଗାଁର ଲୋକମାନେ ନିର୍ଭର ଶିଳ ଥିଲେ। ଚଳିତ ବନ୍ୟାରେ ଏହି ରାସ୍ତାଟି କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକ ମାନେ ଯାତାୟାତ କରୁଥିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵ ଧସି ଯିବା କାରଣ ରୁ ଦୁର୍ଘଟଣାର ଭୟ ମଧ୍ୟ ରହିଛି।
ଧନୁଆଁ ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଥିବା ରାସ୍ତା ସ୍ଥାନରେ ନଦୀ ବୁଲାଣି ହୋଇଥିବାରୁ ବନ୍ୟା ଜଳ ରାସ୍ତାର ସୁରକ୍ଷା ପ୍ରାଚୀରକୁ ଡ଼େଇଁ ରାସ୍ତା ଉପରେ ପ୍ରବାହିତ ହୋଇଥିଲା । ଯାହାଫଳରେ ରାସ୍ତା ତଳେ ଥିବା ମାଟି, ବାଲି, ଡ଼ଷ୍ଟ ଓ ମେଟାଲ ସ୍ତର ଧୋଇ ହୋଇ ଯାଇଥିଲା ଏବଂ ନୂତନ ଭାବେ ନିର୍ମିତ ହୋଇଥିବା ରାସ୍ତା ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଥିଲା।
ତେବେ ତୁରନ୍ତ ଏହି କ୍ଷତିଗ୍ରସ୍ତ ରାସ୍ତାର ପୁନଃ ନିର୍ମାଣ କରି ବାକୁ ସାଧାରଣରେ ଦାବି ହୋଇଛି । ଏହି ରାସ୍ତା କଡ଼ରେ ଧନୁଆଁ ନଦୀ ପ୍ରବାହିତ ହେଉ ଥିବାରୁ ରାସ୍ତାକୁ ସୁରକ୍ଷା ଦେବା ପାଇଁ ଅନ୍ୟୁନ ୧୦ ଫୁଟ ଉଚ୍ଚ କଂକ୍ରିଟ୍ ପ୍ରାଚୀର ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।















Leave a Reply