DANDAKARANYA MEDIA (OPC) PRIVATE LTD.

ଭାରତୀୟ ଜାତୀୟ ପତାକା ର ପ୍ରଥମ ଡିଜାଇନ୍ କରିଥିବା ବ୍ୟକ୍ତି କିଏ ଜାଣନ୍ତି ?

Dnk Live News- ହୁଏତ ଏହି ବ୍ୟକ୍ତିଙ୍କ ନାଁ ଅନେକ ଜାଣି ନଥିବେ । ଯିଏକି 1921 ରେ ଭାରତୀୟ ଜାତୀୟ ପତାକା ର ପ୍ରଥମ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ନାଁ ପିଙ୍ଗଲି_ଭେଙ୍କୟା । ଗାନ୍ଧିଜୀ ଙ୍କ ଥିଲେ ଏକାନ୍ତ ଅନୁଗାମୀ । ସେ ଗାନ୍ଧିଜୀ ଙ୍କ ଡାକରାରେ ବ୍ୟବହୃତ Spining Wheel ବା ଚରକା କୁ ପତାକା ମଝିରେ ସ୍ଥାନିତ କରିଥିଲେ ।

ଖାଲି ସେତିକି ନୁହେଁ, ନାଲି ବଦଳରେ ନାରଙ୍ଗୀ ରଙ୍ଗକୁ ଉପରେ ରଖିବା ସହ ସବୁଜ ରଙ୍ଗକୁ ତଳକୁ ଆଣିଥିଲେ ।
ସ୍ୱାଧୀନ ଭାରତ ପତାକାର ରୂପରେଖ ସରକାରୀ ଭାବେ ଘୋଷଣା ହେବା ପର୍ଯ୍ୟନ୍ତ ଅର୍ଥାତ 1947, ଜୁଲାଇ ମାସ ଯାଏଁ ଭେଙ୍କୟାଙ୍କ ଏହି ଡିଜାଇନ୍ ପ୍ରଚଳିତ ହୋଇ ଆସିଥିଲା ।


ପରେ ସମ୍ବିଧାନ ପ୍ରଣେତା ଆମ୍ବେଦକର ତ୍ରିରଙ୍ଗା ମଝିରେ ଅଶୋକ ଚକ୍ରକୁ ସରକାରୀ ଭାବେ ସ୍ଥାନ ଦେଇଥିଲେ । ଯାହା ଦେଶ ସ୍ୱାଧୀନ ହେବା ଦିନ ଫର ଫର ହୋଇ ଉଡ଼ିଥଲା । ଆଉ ଅଖଣ୍ଡ ଭାରତର ପ୍ରତୀକ ହୋଇ ରହିଆସିଛି ।

Leave a Reply

Your email address will not be published. Required fields are marked *